ବିଜୟ ପଟ୍ଟନାୟକଙ୍କ ପ୍ରତିନିଧି ରୂପେ ବିଭୁତି ନିଯୁକ୍ତ

କେନ୍ଦ୍ରାପଡ଼ା,୧୧/୦୪/୨୦୨୪ (ଓଡ଼ିଶା ସମାଚାର)-ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନିର୍ବାଚନ ସମନ୍ୱୟ କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ତାଙ୍କ ଏକାନ୍ତ ଅନୁଗତ ବିଭୁତି ଭୂଷଣ ମହାପାତ୍ରଙ୍କୁ ପ୍ରତିନିଧି ରୂପେ ନିଯୁକ୍ତି ଦେଇଛନ୍ତି । ବିଭୁତି ଏବେ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ରୂପେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବିଭିନ୍ନ ଛାତ୍ର ଆନ୍ଦୋଳନରେ ସକ୍ରିୟ ଅଛନ୍ତି । ନିକଟ ଅତୀତରେ ବିଶ୍ୱ ଭାଷା ସମ୍ମିଳନୀ ସମୟରେ ନବୀନ ପଟ୍ଟନାୟକଙ୍କୁ ବର୍ଣ୍ଣବୋଧ ଭେଟି ଦେବାକୁ ଯାଇ ବିଭୁତି ଚର୍ଚ୍ଚାରେ ଥିଲେ  । ଏବେ ସେ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ତାଙ୍କ ପ୍ରତିନିଧି ରୂପେ କାର୍ଯ୍ୟ କରିବେ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *