ନିରାକାରପୁର ହାଇସ୍କୁଲ ପଡ଼ିଆରେ ତ୍ରୟୋଦଶ ଶମ୍ଭୁ ଦଣ୍ଡ ମହାମିଳନ ଅନୁଷ୍ଠିତ

ନିରାକାରପୁର, ୧୦/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ହାଇସ୍କୁଲ ପଡ଼ିଆରେ ମହା ସମାରୋହରେ ତ୍ରୟୋଦଶ ଶମ୍ଭୁ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରୟୋଦଶ ଶମ୍ଭୁ ଦଣ୍ଡ ମିଳନରେ ନିରାକାର ପୁର ଗ୍ରାମର ନିଳକଣ୍ଠଶ୍ଵର ଦେବ, ଲେଣ୍ଡୁ ର ଚନ୍ଦନେଶ୍ଵର ଦେବ, ଷୋଢରପୁର କପିଳେଶ୍ୱର ଦେବ, ବାଦୁରବର କୁମୁଦେଶ୍ୱେର ଦେବ, ବୋଦଙ୍ଗରା ଲୋକନାଥ ଦେବ, ଆସେଲି ଚନ୍ଦନେଶ୍ଵର ଦେବ, ଅରାଞ୍ଚଳର ଗ୍ରାମେଶ୍ଵର ଦେବ, ବାଲିଗାଁ କପିଳେଶ୍ୱର ଦେବ, ଗୋଳବାଈ ଗୁଣ୍ଠୁଣୀ କୃଷ୍ଣେଶ୍ୱର ଦେବ, ରୋଷଣା ଇଷାନେଶ୍ୱର୍ ଦେବ , ପାଣ୍ଡବପାଟଣାର କପିଳେଶ୍ୱର ଦେବ ଓ ହଜ ନାଟ୍ୟଶ୍ଵର ଦେବ ପ୍ରମୁଖ ଠାକୁର ନିଜ ନିଜର ପଟୁଆର ଧରି ନିରାକାରପୁର ଥାନାପତି ନିଳକଣ୍ଠଶ୍ଵର ଦେବଙ୍କ ପଡିଆକୁ ଯାଇ ପହଁଚିଲା ପରେ ସମସ୍ତ ଠାକୁର ହାଇସ୍କୁଲ ପଡିଆକୁ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଯାଇଥିଲେ। ସେଠାରେ ଭକ୍ତମାନେ ପୂଜାର୍ଚ୍ଚନା କରିବା ସହିତ ମହା ମିଳନର ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ପ୍ରଭୁଙ୍କ ଆଶିଷ ଲାଭ କରିଥିଲେ। ଏହି ଅବସରରେ ଭକତା ମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କଳାକୌଶଳ ଦଣ୍ଡ ନୃତ୍ୟ ପ୍ରଦର୍ଶନ କରି ଥିଲେ। ଆତାସ ବାଜି ରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ଏହି ମହା ମିଳନ ଦିବ୍ୟ ଦର୍ଶନ କରିବାକୁ ପଡ଼ିଆରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଆସି ଆଶୀର୍ବାଦ ଲାଭ କରିଥିଲେ। ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟଙ୍କ ନେତୃତ୍ୱରେ ପୋଲିସ ବାହିନୀ ଉପସ୍ଥିତି ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ରବିନ୍ଦ୍ର ରାଉତ୍ତରାୟ ସଂପାଦକ ସତ୍ୟବାଦୀ ବଳବନ୍ତରାୟ,କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତରାୟ , ଉପଦେଷ୍ଟା ବିପିନ କୁମାର ଜୟସିଂହ,ହୃଷିକେଶ ରାଉତରାୟ ବିଜୟ କୁମାର ଜୟସିଂହ,ନବ କିଶୋର ସାହୁ ,ବିପିନ ରାଉତରାୟ ସୁକାନ୍ତ ବେହେରା, ରାଜେଶ ସାହୁ ଆର୍ତ୍ତତ୍ରାଣ ରାଉତରାୟ ନୃସିଂହ ସେନାପତି ,ପ୍ରଫୁଲ୍ଲ ବାରିକ , ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଉଦଘୋଷକ ଭାବେ ଡ଼ଃ ସଂଜୟ ମହାପାତ୍ର ଡ଼ଃ ମୃତ୍ୟୁଞୟ ରଥ, ଡ଼ଃ ପୂର୍ଣ୍ଣିଚ଼ନ୍ଦ୍ର ଦାସ, ପଣ୍ଡିତ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଶିକ୍ଷକ କମଳ ଲୋଚନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶମ୍ଭୁ ମିଳନ ଅବସରରେ ପ୍ରବଚନ ପ୍ରଦାନ କରିଥିଲେ। ଏହି ଅବସରରେ ଏହି ପବିତ୍ର ସ୍ଥଳକୁ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ଓ ଗଣ୍ୟମାନ୍ୟ ବ୍ୟକ୍ତି ପହଞ୍ଚି ଠାକୁରଙ୍କ ଆଶୀର୍ବାଦ ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *