ଫୁଲନଖରା ୦୯/୦୪/୨୦୨୪ (ଓଡ଼ିଶା ସମାଚାର)-ବାରଙ୍ଗ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଝରିଲୋ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଲିଙ୍ଗରାଜ ମହାନ୍ତି ଯୋଗ ଦେଇ ପିଲାମାନଙ୍କୁ ଏହି ଦିନର ବିଶେଷତ୍ଵ ବିଷୟରେ ବୁଝାଇବା ସହିତ ଇଂରାଜୀ ନବବର୍ଷ ଠାରୁ ଏହି ହିନ୍ଦୁ ନବବର୍ଷ ଆମମାନଙ୍କ ପାଇଁ, ଆମ ଦେଶ ପାଇଁ,ଆମ ଜାତି ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି । ସନାତନ ଧର୍ମ ମୂଳମନ୍ତ୍ର ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆମେ ଭାଇ ଭାଇ । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଏପରି ସଂସ୍କାର ଭିତିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଜନ ସଚେତନତା ସୃଷ୍ଟି କରିବାପାଇଁ ଆହ୍ୱାନ ଦେଇଛନ୍ତି । ଅନ୍ୟତମ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସମ୍ପାଦକ ତଥା ଯୁବ ଉଦ୍ୟୋଗୀ ମାନସ ରଞ୍ଜନ ପାଣ୍ଡା ଯୋଗ ଦେଇ ଆମ ଦେଶର ସଂସ୍କୃତି, ପରମ୍ପରା, ଐତିହ୍ୟ କୁ ସମ୍ମାନ ଦେବା ଆମର ପରମ ଧର୍ମ ଓ ଏହା ଆମର ପରମ ସୌଭାଗ୍ୟ ମନେ କରିବା ଉଚିତ୍ ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଏହି ଚୈତ୍ର ଶୁକ୍ଳ ପ୍ରତିପଦା ଦିବସ ଉପଲକ୍ଷେ ବିସ୍ତୃତ ସୂଚନା ଦେଇଥିଲେ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଏହି ଦିନରେ ଅଯୋଧ୍ୟା ରାଜ ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ମହାଭାରତର ଚକ୍ରବର୍ତ୍ତୀ ରାଜା ଯୁଧିଷ୍ଠିର, ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜ ଏହି ଦିନରେ ରାଜାଭିଷେକ ହେବା ସହ ବହୁ ମହାନ ଘଟଣା ଏହି ଦିନର ବିଶେଷତ୍ଵ ବହନ କରୁଛି ବୋଲି ବର୍ଣ୍ଣନା କରିଥିଲେ । ସର୍ବ ପ୍ରଥମେ ଧରିତ୍ରୀ ମା’କୁ ପୂଜା କରାଯାଇ ଥିଲା ଓ ଶେଷରେ ବନ୍ଦେ ମାତରଂ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା । ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।