ଇଣ୍ଡିଆଜ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲେ ବିଜୟଲକ୍ଷ୍ମୀ

କେନ୍ଦ୍ରାପଡ଼ା,୦୯/୦୪/୨୦୨୪ (ଓଡ଼ିଶା ସମାଚାର)- କପଡାରେ ଏକ ସ୍ୱତନ୍ତ୍ର କଳାକୃତି ପ୍ରସ୍ତୁତି କରି କେନ୍ଦ୍ରାପଡାମାଟିର ଝିଅ ବିଜୟଲକ୍ଷ୍ମୀ ପତ୍ରୀ ଇଣ୍ଡିଆଜ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ସୁଶ୍ରୀ ପତ୍ରୀ ବିଚାରକମାନଙ୍କ ସମ୍ମୁଖରେ କପଡାରେ ୧.୪ସେଂଟିମିଟର ଆକୃତିର ଏକ ଆକର୍ଷଣୀୟ ଗୋଲାପ ଫୁଲ ଓ ୧.୨ସେଂଟିମିଟର ଆକାରର ଏକ ପ୍ରଜାପତି ତିଆରି କରିଥିଲେ । ବିଚାରକମାନେ ଏହାକୁ ବିଶ୍ୱର କ୍ଷୁଦ୍ରତମ କଳାକୃତି ବୋଲି ସ୍ୱୀକୃତି ପ୍ରଦାନ କରାଯାଇଛି । ବିଜୟଲକ୍ଷ୍ମୀ ରାଜ୍ୟ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ଜଣେ ଧୁରୀଣା ହସ୍ତଶିଳ୍ପୀ କାରିଗର ଭାବେ ପରିଚିତ । କେନ୍ଦ୍ର ସରକାରଙ୍କ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସେ ଅନେକ ମହିଳାଙ୍କୁ ହସ୍ତକଳା ତାଲିମ ପ୍ରଦାନ କରି ସ୍ୱାବଲମ୍ବୀ କରାଇବାରେ ଉଦ୍ୟମ ଜାରି ରଖିଥିବା କହିଛନ୍ତି । ବିଜୟଲକ୍ଷ୍ମୀ ହେଉଛନ୍ତି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବଡପଣ୍ଡା ତଥା ସହରର ବଡବାରଙ୍ଗସ୍ଥିତ ବଡପଣ୍ଡାସାହିର ମାଧବଚନ୍ଦ୍ର ପତ୍ରୀଙ୍କ କନ୍ୟା । ସୁଶ୍ରୀ ପତ୍ରୀ ତାଙ୍କର ଅନବଦ୍ୟ କୃତିକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ମାନୀତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *