କେନ୍ଦ୍ରାପଡ଼ା, ୧୪/୧୨/୨୦୨୫(ଓଡ଼ିଶା ସମାଚାର)- ଶ୍ରୀନିଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ଶାଖା ଶ୍ରୀବଳଦେବଜୀଉ ମଣ୍ଡଳର ଏକ ବୈଠକ ତିନିମୁହାଣୀସ୍ଥିତ ରାମମନ୍ଦିର ପରିସରରେ ଗାୟକ ରମାକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ, ଡେରାବିଶ ଓ କେନ୍ଦ୍ରାପଡା ବ୍ଲକର ସମସ୍ତ ଗାୟକ, ଗାୟିକା, ବାୟକ ଓ ସଂଗୀତକାରମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀବଳଦେବଜୀଉ ମଣ୍ଡଳର ନୂତନ କର୍ମକର୍ତାମାନଙ୍କୁ ଚୟନ କରାଯାଇଥିଲା ।
ମଣ୍ଡଳର ଉପଦେଷ୍ଟା ଭାବେ ଚିନ୍ମୟ ଦାଶ, ରମାକାନ୍ତ ପଣ୍ଡା, ପ୍ରଶାନ୍ତ କୁମାର ଦାସ, ଗଗନବିହାରୀ ସିଂହ, ପ୍ରଫୁଲ୍ଲ କୁମାର ପଣ୍ଡା ଓ ଗୋଲକ ବେହେରା ପ୍ରମୁଖଙ୍କୁ ଚୟନ କରାଯାଇଥିବା ବେଳେ ସ୍ଥାୟୀ ସଭାପତି ଭାବେ ଗୋଲକ ବିହାରୀ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମଲ୍ଲିକ, ଉପସଭାପତି ଆରତୀ ଓଝା, ସମ୍ପାଦକ ସୁବାସ ଚନ୍ଦ୍ର ଶତପଥୀ, ସହସମ୍ପାଦକ ଶରତ ଚନ୍ଦ୍ର ସ୍ୱାଇଁ, ବାର୍ତା ସମ୍ପାଦକ କୈଳାସ ଚନ୍ଦ୍ର ବଳ, କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ନାଥ, ସାଂସ୍କୃତିକ ସମ୍ପାଦକ ଶ୍ରୀଧର ସାହୁ ଓ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ସାଂଗଠନିକ ସମ୍ପାଦକ ସଦାଶିବ ପଣ୍ଡିତ୍ରା ଓ ମଞ୍ଜୁବାଳା ପତି ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ନୂତନ କର୍ମକର୍ତାମାନେ ମଣ୍ଡଳ ସ୍ତରରେ ସଂଗଠନର ଉନ୍ନତି କଳ୍ପେ କାମ କରିବେ ବୋଲି ଶ୍ରୀରାମଲାଲଙ୍କ ସମ୍ମୁଖରେ ଶପଥ ପାଠ କରିଥିଲେ ।
