ସତ୍ୟ ଜେନା ପୁରୁଣା ଘର ବିଜେଡ଼ି କୁ ଫେରିବା ନେଇ ଚର୍ଚ୍ଚା 

କଟକ ସଦର, ୦୯/୦୪/୨୦୨୪ (ଓଡ଼ିଶା ସମାଚାର)-ବିଷ୍ଣୁ ବେହେରା): କଟକ ଜିଲ୍ଲାର ଜଣାଶୁଣା ଯୁବ ସଂଗଠକ, କଟକ ସଦର ଵ୍ଲକର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ଏଵେ ନିକଟରେ ପୁରୁଣା ଘର ବିଜେଡ଼ି ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ବିଜୁ ଜନତାଦଳର ମୂଖ୍ୟ ସଂଗଠକ ଭାବେ ପରିଚିତ ତଥା ଯୁବ ଵିଜେଡିର ରାଜ୍ୟ ଉପସଭାପତି ଥିବା ସତ୍ୟ ଜେନା ୨୦୦୯ ରେ କଟକ ସଦରର ତତ୍କାଳୀନ ବିଧାୟକ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ହରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚନ ଜିତିଥିଲେ। ଏହାପରେ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ସମୟରେ ତାଙ୍କ ନାଁ ରେ ଆସିଥିବା ଅନାସ୍ଥା ଭୋଟରେ ମଧ୍ୟ ଜିତିଥିଲେ।ଏଇଠୁ ଆରମ୍ଭ ହୋଇଥଲା ବିବାଦ । ଯେଉଁଥିପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଦିଆଯାଇଥିଲା। ଅପେକ୍ଷା ପରେ ମଧ୍ୟ ତାଙ୍କ ଉପରୁ ନିଲମ୍ବନ ଉଠା ନଯିବାରୁ ସତ୍ୟ ବାଧ୍ୟ ହୋଇ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଜେନା, ପୂର୍ବତନ ଅଧ୍ୟକ୍ଷା ଶ୍ରୀମନ୍ତିନୀ ବେହେରା ଙ୍କ ସମେତ ବହୁ ସମର୍ଥକଙ୍କୁ ନେଇ ବିଜେପିରେ ଯୋଗ ଦେଇଥିଲେ। ଏମିତି କଣ ହେଲା କେଜାଣି ସତ୍ୟ ବିଜେପିରେ ମିଶିବା ଦିନ ଠାରୁ ନିଜେ କୋଣଠେସା ହୋଇଗଲେ ନାଁ ତାଙ୍କୁ କୋଣଠେସା କରିଦିଆଗଲା ,ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସତ୍ୟଙ୍କୁ ବିଜେଡ଼ି କୁ ସସମ୍ମାନେ ଫେରାଇ ଆଣିବାକୁ ତାଙ୍କର ଅନ୍ତରଙ୍ଗ ବନ୍ଧୁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଉଦ୍ୟମ କରି ସଫଳ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଏହାର ସ୍ପଷ୍ଟ ଚିତ୍ର ଜଣାପଡିଵ ଵୋଲି ଅନ୍ୟ ଏକ ବିଶେଷ ସୂତ୍ରରୁ ମଧ୍ୟ ଜଣାଯାଇଛି ।

Leave a Reply

Your email address will not be published. Required fields are marked *