ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡ଼ା, ୨୬/୦୫/୨୦୨୬ (ଓଡ଼ିଶା ସମାଚାର)- ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି କେନ୍ଦ୍ରାପଡ଼ା ପୋକସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଅଭିଯୁକ୍ତ ମକୁ ଓରଫ ସୁଧାଂଶୁ ଭୂଷଣ ସାମଲକୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ଦୋଷୀକୁ ୫ ହଜାର ଟଙ୍କା ଜୋରିମାନା ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଦୋଷୀକୁ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୨ ମସିହା ଜାନୁଆରୀ ମାସ ୨୩ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ପାଟକୁରା ଥାନା ଅଧିନ ଏକ ଗ୍ରାମରେ ଜଣେ ୧୧ ବର୍ଷର ନାବାଳିକା ଓ ତାଙ୍କ ୬ବର୍ଷର ଛୋଟ ଭାଇ ଘରେ ଏକାଥିବା ବେଳେ ଅଭିଯୁକ୍ତ ସୁଧାଂଶୁ ନାବାଳିକାଙ୍କ ଘରେ ବାରଣ୍ଡାରେ ବସି ମଦ ପିଇଥିଲା ।

ଏହାକୁ ନାବାଳିକା ଜଣଙ୍କ ବିରୋଧ କରି ବାରେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏଥିରେ ଭୟଭୀତ ହୋଇ ନାବାଳିକା ଜଣଙ୍କ ଘର ଭିତରକୁ ପସି ଯାଇଥିଲେ । ଅଭିଯୁକ୍ତ ସୁଧାଂଶୁ ମନ୍ଦ ଉଦେଶ୍ୟରେ ତାଙ୍କୁ ଅନୁସରଣ କରି ଯାଇ ନାବାଳିକାର ହାତ ଧରିନେଇଥିଲା । ଏହାପରେ ଏକ ଗାମୁଛାରେ ନାବାଳିକାର ହାତ ଓ ଗୋଡକୁ ବାନ୍ଧି ଦେଇ ତାକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକାର ଭାଇ ବିରୋଧ କରିଥିଲେ । ଫଳରେ ଅଭିଯୁକ୍ତ ସୁଧାଂଶୁ ତାର ତଂଟିିି ଚିପି ଦେଇଥିଲେ । ଏହାର ସୁଯୋଗ ନେଇ ନାବାଳିକା ଜଣଙ୍କ ଅଭିଯୁକ୍ତ ପଞ୍ଝାରୁ ଖସି ପଳାଇ ଯାଇଥିଲେ । ତେଣୁ ଅଭିଯୁକ୍ତ ସୁଧାଂଶୁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପାଟକୁରା ଥାନା ପୋଲିସ ଥାନା କେଶ ନମ୍ବର -୪୨୯/୨୦୨୨ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ସୁଧାଂଶୁକୁ ଗିରଫ କରିଥିଲା । ଏହି ମାମଲାର ବିଚାର କରି ବିଚାରପତି ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନେହେରୁ କୁମାର ସାହୁ କୋର୍ଟରେ ମାମଲାର ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *