ଗରଦପୁର, ୦୭/୦୪/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତଳକୁସୁମାସ୍ଥିତ ବାସଭବନରେ ବିଜେଡ଼ି ବିଧାୟକ ପ୍ରାର୍ଥି ଅରବିନ୍ଦ ମହାପାତ୍ର ଙ୍କୁ ଆଜି ସ୍ଥାନୀୟ ପାଟକୁରା ପଂଚାୟତର ଦଳିୟ କର୍ମୀ ଓ ଶୁଭେଛୁ ମାନେ ସାକ୍ଷାତ କରିଥିଲେ । ପାଟକୁରା ପଂଚାୟତ ସମିତି ସଭ୍ୟ ରାକେଶ ମହାପାତ୍ରଙ୍କ ନେତୃତ୍ୱରେ ଯଶୋବନ୍ତ ମହାନ୍ତି, ପ୍ରମୋଦ ନାୟକ ଙ୍କ ସମେତ କର୍ମୀମାନେ ବିଜେଡ଼ି ଲୋକସଭା ପ୍ରାର୍ଥି ଅଂଶୁମାନ ମହାନ୍ତି ଓ ପାଟକୁରା ବିଧାନସଭା ପ୍ରାର୍ଥି ଅରବିନ୍ଦ ମହାପାତ୍ର ଙ୍କୁ ଅଧିକ ଭୋଟରେ ଜିତାଇବା ପାଇଁ ହାତରେ ହାତ ମିଶାଇ ସଙ୍କଳ୍ପ ନେଇଥିଲେ ।
ବିଜେଡ଼ି ପ୍ରାର୍ଥି ଅଂଶୁମାନ ଓ ଅରବିନ୍ଦ ଙ୍କୁ ଜିତେଇବା ପାଇଁ ସଙ୍କଳ୍ପ
