ଏମସିସି ଉଲଂଘନ ଉପରେ କଡ଼ା ନଜର ରଖିଛି ସି-ଭିଜିଲ୍ ଆପ୍

କେନ୍ଦ୍ରାପଡ଼ା, ୦୭/୦୪/୨୦୨୪ (ଓଡ଼ିଶା ସମାଚାର)- ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ ଉପରେ କଡ଼ା ନଜର ରଖିଛି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ସି-ଭିଜିଲ୍ ସିଟିଜେନ୍ ଆପ୍ । ଏହି ଆପ୍ ସହାୟତାରେ ନିର୍ବାଚନ ଆୟୋଗ ସାରା ଦେଶରେ ଆଦର୍ଶ ଆଚରଣ ସଂହିତା ଉଲଂଘନ ମାମଲା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏଯାବତ କେନ୍ଦ୍ରାପଡ଼ା ଜିଲାରେ ୫୫ଟି ଉଲଂଘନ ଅଭିଯୋଗ ଆସିଛି । ସେଥିମଧ୍ୟରୁ ୫ଟି ଟ୍ରାଏଲ୍ କେସ୍ ହୋଇଥିବା ବେଳେ ୫ଟି ଅଭିଯୋଗ ଭତିିହୀନ ଥିବା ଜଣାପଡିଛି । ଅବଶିଷ୍ଟ ୪୫ଟି ଅଭିଯୋଗକୁ ହାରାହାରି ୮୩ମିନିଟ୍ ମଧ୍ୟରେ ଏଫଏସଟି (ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ ଟିମ୍) ସମାଧାନ କରିବାକୁ ସକ୍ଷମ ହୋଇଛନ୍ତି । ସୂଚନାଯୋଗ୍ୟ ଜିଲା ନିର୍ବାଚନ ଅଧିକାରୀ ଏବଂ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିର୍ଦ୍ଧେଶକ୍ରମେ ଏକ ଉତ୍ସର୍ଗିକୃତ ୨୪ଘଂଟିଆ କଂଟ୍ରୋଲ୍ ରୁମ୍ ଖୋଲାଯାଇଛି । ଜିଲାର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩ଟି ଲେଖାଏଁ ମୋଟ୍ ୧୫ଟି ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ ୨୪ ଘଂଟିଆ ଆଲର୍ଟ ରହିଛନ୍ତି । ପ୍ରତ୍ୟେକ ଫ୍ଲାଇଙ୍ଗ୍ ସ୍କାର୍ଡ଼ରେ ଅଛନ୍ତି ଜଣେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଜଣେ ଏଏସଆଇ, ଜଣେ ଭିଡିଓଗ୍ରାଫର୍ ଏବଂ ୩ଜଣ ବନ୍ଧୁକଧାରୀ ପୋଲିସ୍ । ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଂଘନ ସମ୍ପର୍କରେ ସି-ଭିଜିଲ୍ ଆପ୍ ଜରିଆରେ କେନ୍ଦ୍ରାପଡ଼ା ଜିଲାର ଯେ କୌଣସି ବ୍ୟକ୍ତି ଅଭିଯୋଗ ଆଣିବା ମାତ୍ରେ କଂଟ୍ରୋଲ ରୁମ୍ ରେ ଥିବା ମନିଟରରେ ଏହା ସୋ କରିଥାଏ । କଂଟ୍ରୋଲ୍ ରୁମ୍ ରେ ଥିବା କର୍ମଚାରୀ ପ୍ରଥମେ ଅଭିଯୋଗକାରୀଙ୍କ ଦ୍ୱାରା ପ୍ରଦତ ଫଟୋ/ଭିଡିଓ ର ଜିପିଏସ୍ ଟ୍ରାକ୍ କରିଥାନ୍ତି ଏବଂ ପରେ ପରେ ଏହାର ନିକଟବର୍ତର୍ି ଅଂଚଳରେ ଥିବା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼କୁ ଏ ସମ୍ପର୍କରେ ଅବଗତ କରାଇଥାନ୍ତି । ୧୦୦ ମିନିଟ୍ ମଧ୍ୟରେ ଏହା ଅଭିଯୋଗର ସମାଧାନ କରିବାକୁ ପ୍ରାବଧାନ ରହିଥିବା ବେଳେ ହାରାହାରି ୮୩ ମିନିଟ୍ ମଧ୍ୟରେ ଏହାର ସମାଧାନ କରିବାକୁ ସକ୍ଷମ ହୋଇଛନ୍ତି ଜିଲାରେ ନିୟୋଜିତ ଥିବା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ । ଏଠାରେ ସୂଚନାଯୋଗ୍ୟ ଯେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ଟି ଅଭିଯୋଗ ଆସିଥିବା ବେଳେ ମହାକାଳପଡ଼ାରୁ ୩ଟି, କେନ୍ଦ୍ରାପଡ଼ାରୁ ୭ଟି, ରାଜନଗରରୁ ୯ଟି ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୨୯ଟି ଅଭିଯୋଗ ଆସିଛି । ସେଥି ମଧ୍ୟରୁ ୪୫ଟି ଅଭିଯୋଗରେ ସତ୍ୟତା ଥିବା ବେଳେ ୫ଟି ଅଭିଯୋଗ ଭିତିହୀନ ଥିବା ଜଣାପଡିଛି । ଅବାଧ, ନିରପେକ୍ଷ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ଏକ ଅଂଶ ହେଉଛି ସି-ଭିଜିଲ୍ ଆପ୍ । ଦ୍ରୁତ, ବେଗ ଓ ସ୍ୱଚ୍ଛତା ହେଉଛି ଏହାର ମୂଳଦୁଆ । ଏହି ଆପ୍ ଜରିଆରେ ଯେ କୌଣସି ସଚେତନ ବ୍ୟକ୍ତି ଆଦର୍ଶ ଆଚରଣ ବିଧି ଉଲଂଘନ ସମ୍ପର୍କରେ ଫଟୋ କିମ୍ବା ଭିଡିଓ ଉତୋଳନ କରି ଏହି ଆପ୍ ରେ ଲୋଡ୍ କରି ଅଭିଯୋଗ ଆଣିପାରିବେ । ନିର୍ବାଚନ ଆଦର୍ଶ ଆଚରଣ ସଂହିତାର ପାଳନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଟୋଲ୍ ଫ୍ରି ନମ୍ବର ୧୯୫୦ ଜାରି କରିବା ସହ ୪ଟି ମୋବାଇଲ୍ ନମ୍ବର ୯୮୬୧୨୦୩୮୩୩, ୮୨୬୦୨୧୮୦୮୩, ୯୦୭୮୦୧୮୯୩୫ ଓ ୯୦୭୮୯୮୦୬୩୧ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *