୧୯୬୬ ମସିହା ମାଟ୍ରିକ୍ ବ୍ୟାଚ୍ ର ଛାତ୍ର ମାନଙ୍କର ବନ୍ଧୁ ମିଳନ

ଗରଦପୁର, ୦୭/୦୪/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଫଜଲହକ୍ ହାଇସ୍କୁଲ ର ୧୯୬୬ ମସିହା ମାଟ୍ରିକ୍ ବ୍ୟାଚ୍ ର ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ଭଦିଳୋ ମଧ୍ୟ ରଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ବିଶ୍ୱାଳ ଏଥିରେ ଅଧ୍ୟକ୍ଷତା କରିଥିଲେ । ପୁଷ୍ପ ଗୁଛ ଓ ଉପଢ଼ୌକନ ପ୍ରଦାନ କରାଯାଇ ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବନ୍ଧୁ ମିଳନ ଉପଲକ୍ଷେ ପ୍ରସ୍ତୁତ କରାଯାଇଥିବା ଏକ କେକ୍ କଟାଯାଇ ସମସ୍ତଙ୍କୁ ବଂଟନ କରାଯାଇଥିଲା । ଏକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୫୮ ବର୍ଷ ତଳର ଅନୁଭୂତି ଓ ନିଜ ସୁଖ ଦୁଃଖ ର ଅନୁଭୂତି ର ଭାବ ବିନିମୟ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଆଡ଼ଭୋକେଟ୍ ହୃଦୟନିଧି ମହାନ୍ତି ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫକୀର ସାହୁ, ଗୋପାଳ ଜେନା, ନୀରୋଦ କୁମାର ମହାନ୍ତି , ବୈଷ୍ଣବ ଚରଣ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *