କଟକ ସଦର,୧୭/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ବିଦ୍ୟାଧରପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲରେ ଆଜି ରବିବାର ଦିନ ଏକ ମେଗା ରକ୍ତଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ୨୬୦ ଜଣ ରକ୍ତଦାତା ଜୀଵନଦାତା ରକ୍ତଦାନ କରିଥିଲେ।ଶିବିର ପରିଚାଳନାରେ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଇଂ ଚୌଧୁରୀ ସତ୍ୟ ଦାସ, ନିର୍ଦେଶକ ଡକ୍ଟର ଇଂ ଚୌଧୁରୀ ସମ୍ପତ ଦାସ, ଅଧ୍ୟକ୍ଷା ଡ଼ଃ ମଞ୍ଜୁଶ୍ରୀ ଶାସ୍ତ୍ରୀ ଙ୍କ ସମେତ ସମସ୍ତ ଅନ୍ତେବାସୀ ସହାୟତା କରିଥିଲେ।
ଏଥିରେ ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡକ୍ଟର ଧରଣୀଧର ନାଥ, ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ କଲିମୁଲା,ଭାରତ ମସଲା ର ନିର୍ଦେଶିକା ନନ୍ଦିତା ପଣ୍ଡା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
