କଟକ ସଦର ରେ ଭର୍ତୃହରି ଓ ପ୍ରକାଶ ଙ୍କ ଶକ୍ତି ପ୍ରଦର୍ଶନ:

    ଅଚ୍ୟୁତାନନ୍ଦ ଦାସ ଙ୍କୁ ଦର୍ଶନ କରି ଆଶ୍ରିର୍ଵାଦ ଭିକ୍ଷା କଲେ ବିଜେପି ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବ ଓ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର  ସେଠୀ

କଟକ ସଦର,୦୭/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଲୋକସଭା କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବ ଓ କଟକ ସଦର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ଆଜି ରବିବାର ଅପରାହ୍ନରେ କନ୍ଦରପୁର ଠାରୁ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ଯାଇଁ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ଗାଦି ଦର୍ଶନ କରି କୃପା ଭିକ୍ଷା କରିଥିଲେ। ଏହି ଅବସରରେ ଭର୍ତୃହରି ଓ ପ୍ରକାଶଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି। ସଂସଦୀୟ କ୍ଷେତ୍ରର ୭ ଟି ଯାକ ବିଧାନସଭା କ୍ଷେତ୍ରରେ ଥିବା ସବୁ ଦେବାଦେବୀଙ୍କ ଦର୍ଶନ ପରେ ଯାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସମ୍ବର୍ଦ୍ଧନା ର ଉତ୍ତରରେ ଶ୍ରୀ ମହତାବ କହିଛନ୍ତି। ସୂଚନାଯୋଗ୍ୟ ଯେ ଶୋଭାଯାତ୍ରା ସମୟରେ ବର୍ଷା ହେବାରୁ କାର୍ୟ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *