କଟକ ସଦର , ୧୮/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଂସଦୀୟ କ୍ଷେତ୍ର କଟକ କିଲ୍ଲା ପଡିଆ ଠାରେ ଆସନ୍ତା ୨୦ ତାରିଖ ସୋମବାର ପୂର୍ବାହ୍ନ ୧୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷା କରିବା ସହିତ ବିଶାଳ ଜନସଭାରେ ଯୋଗଦେବାକୁ ଆସୁଥିବାରୁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏଥିପାଇଁ ଆଜି ଶନିବାର ଦିନ ଉଇଣ୍ଡର ପ୍ୟାଲେସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଜନସମାବେଶକୁ ସଫଳ କରିବାକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ଜଣାପଡିଛି। ଏଥିରେ ରାଜସ୍ଥାନର ବିଜେପି ସଭାପତି ସାଂସଦ ସି ପି ଯୋଶୀ, ରାଜସ୍ଥାନ ର ମନ୍ତ୍ରୀ ଅବିନାଶ ଗେଲହଟ, ରାଜ୍ୟ ଵିଜେପି ପ୍ରବକ୍ତା ଦିଲ୍ଲିପ ମଲ୍ଲିକ, ରାଜ୍ୟ ବିଜେପି ସାଧାରଣ ସଂପାଦକ ଜତିନ ମହାନ୍ତି,ପୂର୍ବତନ ମନ୍ତ୍ରୀ ସମୀର ଦେ,ନଗର ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ଵଡୁ, କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି, କଟକ ଲୋକସଭା ପ୍ରଭାରୀ ପ୍ରତାପ ମିଶ୍ର,
ଲୋକସଭା ସଂଯୋଜକ ସୁକାନ୍ତ ବିଶ୍ୱାଳ, ବାରବାଟି କଟକ ବିଧାୟକ ପ୍ରାର୍ଥୀ ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା କାଲି ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ରାତ୍ରି ଯାପନ କରିବା ସହିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗଦେବେ। ପରଦିନ ଅର୍ଥାତ ସୋମବାର ସକାଳେ ପୁରୀ ଯାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଏକ ମେଗା ରୋଡ଼ ଶୋ’ରେ ଯୋଗ ଦେଇ କଟକ ଜନସଭାକୁ ଆସିବେ ବୋଲି ଜଣାପଡିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟକ ଜନସମାଵେଶ ପାଇଁ ଵ୍ୟପକ ପ୍ରସ୍ତୁତି
