ଇନ୍ଦାରୋଇ ପ୍ରଜାପିତା ବ୍ରହ୍ମାକୁମାରୀଜ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ  ଶାଖାର ପ୍ରତିଷ୍ଠା ଦିବସ ଅନୁଷ୍ଟିତ ।

ଯାଜପୁର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)- ପ୍ରଜାପିତା ବ୍ରହ୍ମାକୁମାରିଜ୍ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ,ଇନ୍ଦାରୋଇ ଶାଖାର ୧୪ତମ ପ୍ରତିଷ୍ଠା ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଜଣାଶୁଣା ସମାଜସେବୀ , ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ  ପ୍ରଫୁଲ୍ଲ କୁମାର ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଜାପିତା ବ୍ରହ୍ମାକୁମାରି ଅନୁଷ୍ଠାନ ଦେଶ ଓ ବିଶ୍ୱରେ ଶାନ୍ତି  ,ମୈତ୍ରୀ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା କଥା କହିଥିଲେ , ସମାଜରେ ସେମାନଙ୍କ କାର୍ଯ୍ୟ ଅଗ୍ର ଓ ସେମାନେ ଚିର ନମସ୍ୟ।

ଉକ୍ତ  କାର୍ଯ୍ୟକ୍ରମରେ ଇଶ୍ୱରୀୟ ଆଧ୍ୟାତ୍ମିକ ଜ୍ଞାନ ଓ ଅନ୍ୟ ଶିକ୍ଷଣୀୟ ପାଠ୍ୟକ୍ରମକୁ ଵିକେ କବିତା  ଶିକ୍ଷା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭଉଣି ଭାବନା ଓ ପ୍ରଫୁଲ୍ଲ ଭାଇ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *