ନିରାକାରପୁର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବସ ମାଲିକ ସଂଘ ତରଫରୁ ଆଜି ଏକ ଜଳଛତ୍ର ବସଷ୍ଟାଣ୍ଡରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଡ ପୂର୍ଣ୍ଣ ଚନ୍ଦ୍ର ଦାଶ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରାକାରପୁର ବସ ମାଲିକ ସଂଘ ସଭାପତି ବିପିନ କୁମାର ଜୟସିଂହ , ସରପଂଚ କାଦମ୍ବିନୀ ବେହେରା, ବସ ମାଲିକ ସଂଘ ସମ୍ପାଦକ ରଘୁନାଥ ତ୍ରିପାଠୀ, ନାଏବ ସରପଂଚ ସ୍ଵପ୍ନେଶ୍ୱର ରାଉତରାୟ, ସୁଶାନ୍ତ ପ୍ରଧାନ ଓ ଦେବେନ୍ଦ୍ର କୁମାର ପ୍ରଧାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ସଂଘ ପକ୍ଷରୁ ବସ ଯାତ୍ରୀ ଓ ବାଟୋଇ ଙ୍କୁ ଦହି ପଣା, ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଇଥିଲା। ଭୀଷଣ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ବସ ମାଲିକ ସଂଘ ତରଫରୁ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।
ନିରାକାରପୁର ବସ ମାଲିକ ସଂଘ ତରଫରୁ ଜଳଛତ୍ର ଉଦଘାଟିତ
