କଟକ ସଦର ନିର୍ବାଚନ ମଣ୍ଡଳୀ ରେ କିଛି ପ୍ରକଳ୍ପ ନକରି ଶ୍ରେୟ ନେବାକୁ ବିଧାୟକ ଙ୍କ ଉଦ୍ୟମ କୁ ବିଜେଡି ର ନିନ୍ଦା

ନିଶ୍ଚିନ୍ତକୋଇଲି,୨୩/୧୧/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )କଟକ ସଦର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଂଚାୟତ ତଥା ଗୁରୁତ୍ୱପୂର୍ଣ ସ୍ଥାନ ମାନଙ୍କରେ ବିଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ କରାଯାଇଥିବା ବୃହତ, ମଧ୍ୟ୍ୟମ ଓ କ୍ଷୁଦ୍ର ପ୍ରକଳ୍ପ ଗୁଡିକର ଶ୍ରେୟ ବର୍ତମାନ ର ବିଜେପି ବିଧାୟକ ନେବାପାଇଁ ପ୍ରୟାସ କରିବା କୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ ବିରୋଧ ଓ ନିନ୍ଦା କରାଯାଇଛି ।

ଆଜି କଟକ ସଦର ନିର୍ବାଚନ ମଣ୍ଡଳୀ ର କଳମିଶ୍ରି ପଞ୍ଚାୟତ ଦାମୋଦର ପୁର ସ୍ଥିତ ପଂଚାୟତ କଳାପରିଷଦ ସମ୍ମିଳନୀ କକ୍ଷ ରେ କଟକ ଜିଲ୍ଲା ସାଧାରଣ ସଂପାଦକ ପ୍ରମୋଦ କୁମାର ନାୟକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କଟକ ସଦର ର ପ୍ର।କ୍ତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଙ୍କ ପ୍ରଚେଷ୍ଟା ରେ ମହାନଦୀରେ ହୋଇଥିବା ସାହୁକ୍ଷେତ-ସିର୍ଲୋ ସେତୁ,ଚିତ୍ରୋତ୍ପଳା ରେ ଜନାର୍ଦ୍ଦନପୁର – କୁଳିଆ ସେତୁ,ବ୍ରାହ୍ମଣଖଣ୍ଡ – ସାହୁକ୍ଷେତ ସେତୁ, ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ର ଉନ୍ନତି କରଣ, ଚିତ୍ରୋତ୍ପଳା ନଦୀବନ୍ଧ ଉନ୍ନତି କରଣ, ନୂଆ ବଜାର – ତାରପୁର ରାସ୍ତା ଉନ୍ନତିକରଣ ଆଦି ପ୍ରକଳ୍ପ କାର୍ଯ୍ୟ ଅଦ୍ୟାବଧି ଚାଲୁ ରହିଛି ।

କଟକ ସଦର ର ବର୍ତମାନ ବିଧାୟକ କୌଣସି ନୂତନ ପ୍ରକଳ୍ପ ସ୍ଥାପନ ନକରି ନିଜ ନାମରେ ଡିଣ୍ଡିମ ପିଟିବା ତାଙ୍କ ପାଇଁ ଲଜ୍ଜା ଜନକ ଘଟଣା ବୋଲି ସାମ୍ୱାଦିକ ସମ୍ମିଳନୀ ରେ କଟକ ସଦର ର ବରିଷ୍ଠ ବିଜେଡି ନେତା ମାନେ ପ୍ରକାଶ କରିଥିଲେ ।ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ବିଳାସ ଚନ୍ଦ୍ର ଭୋଇ, ବିଜେଡି ନେତା ଅଚ୍ୟୁତାନନ୍ଦ ଦାସ, ବିଭୁତି ଭୂଷଣ ମହାନ୍ତି, ଶରତ କୁମାର ରାୟ ପ୍ରମୁଖ ବହୁ ନେତା ବକ୍ତବ୍ୟ ରଖି ଥିଲେ ।

Leave a Reply

Your email address will not be published. Required fields are marked *