ଭୁବନେଶ୍ବର,୩୦/୦୩/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲାର ଟାଣୁଆ ନେତା ଚିରଞ୍ଜିବୀ ବିଶ୍ୱାଳ କଂଗ୍ରେସ ଛାଡ଼ିଛନ୍ତି । ଚିରଞ୍ଜିବୀ ୨୦୦୪ରୁ ୨୦୦୯ ତିର୍ତ୍ତୋଲ ବିଧାୟକ ଏବଂ ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ କଂଗ୍ରେସ ଗଡ଼ ସମ୍ଭାଳିଥିଲେ । ଏପରିକି ବିଧାନସଭାରେ ବିରୋଧୀ ଦଳର ଉପନେତା ,ପ୍ରଦେଶ କଂଗ୍ରେସର ପୂର୍ବତନ କାର୍ୟ୍ୟକାରୀ ସଭାପତି ବି ଥିଲେ ଚିରଞ୍ଜିବୀ ବିଶ୍ୱାଳ । ତେବେ ଚିରଞ୍ଜିବୀ କଂଗ୍ରେସ ଦଳକୁ ବାଏ ବାଏ କହିବା ପରେ ଏବେ କଂଗ୍ରେସ ଦଳ ଧିରେ ଧିରେ ବ୍ୟାକଫୁଟ୍ କୁ ଯିବାରେ ଲାଗିଛି । ପୂର୍ବରୁ ଦଳର ଅନେକ ଟାଣୁଆ ନେତା ଯେମିତି କି କେନ୍ଦ୍ରାପଡ଼ାରୁ ଜଣାଶୁଣା ଅଂଶୁମାନ ମହାନ୍ତି, ଟିଟିଲାଗଡ଼ର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ କଂଗ୍ରେସକୁ ମୁହଁ ମୋଡ଼ି ବିଜେଡିରେ ସାମିଲ ହୋଇଥିଲେ, ଏବେ ଚିରଞ୍ଜିବୀ ଦଳ ଛାଡ଼ିବା ପରେ କେଉଁ ଦଳରେ ସାମିଲ ହେଉଛନ୍ତି ଦେଖିବାକୁ ରହିଲା ବୋଲି ଚର୍ଚ୍ଚା ହେଉଛି ।