ବିଜେଡିର ମିଶ୍ରଣ ପର୍ବ: ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ବହୁ କର୍ମକର୍ତାଙ୍କ ବିଜେଡିରେ ଯୋଗଦାନ

କେନ୍ଦ୍ରାପଡ଼ା, ୦୮/୦୫/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ, ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ବିଜୁ ଜନତା ଦଳର ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ବହୁ ବିଜେପି କର୍ମକର୍ତା  ବିଜେଡିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ଶଙ୍ଖଭବନରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ କେନ୍ଦ୍ରାପଡା ୮ନମ୍ବର ଜୋନର ପୂର୍ବତନ ଜିଲାପରିଷଦ ସଭ୍ୟ ଅମ୍ବିକା ପ୍ରସାଦ ପରିଡା, ଜିଲା ବିଜେପି ଯୁବମୋର୍ଚ୍ଚାର ପ୍ରାକ୍ତନ ସଭାପତି ଦିଲ୍ଲିପ କୁମାର ଦାଶ, ଜିଲା ବିଜେପିର କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ୨୦ନମ୍ବର ୱାର୍ଡ କାଉନସିଲରଙ୍କ ପ୍ରତିନିଧି ପ୍ରଦିପ କୁମାର ନାୟକ, ବାରୋ ପଂଚାୟତର ପୂର୍ବତନ ସମିତିସଭ୍ୟ ସୁଶାନ୍ତ ପରିଡା, ବିଜେପିର ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ବିଜେପି ଯୁବମୋର୍ଚ୍ଚାର ପ୍ରାକ୍ତନ ଉପସଭାପତି ତଥା ଗୁଲନଗର ପଂଚାୟତର ପ୍ରକାଶ ଚନ୍ଦ୍ର ନାୟକ, ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଉଲ୍ଲାସ ଚନ୍ଦ୍ର ନାୟକ, ସମାଜସେବୀ ଶିବପ୍ରସାଦ ଦାସ, ବିଜେପି ସାଧାରଣ ସମ୍ପାଦକ ତଥା କେନ୍ଦ୍ରାପଡା ପୌରାଂଚଳର ଦେବେନ୍ଦ୍ର ଜେନା, ବିଜେପିର ଉପସଭାପତି ତଥା କେନ୍ଦ୍ରାପଡା ପୌରାଂଚଳର ଅଭିଷେକ କର, ବିଜେପି ସମ୍ପାଦକ ତଥା କେନ୍ଦ୍ରାପଡା ପୌରାଂଚଳର ପ୍ରସନ୍ନ କୁମାର ପଟ୍ଟନାୟକ, ତଥା କେନ୍ଦ୍ରାପଡା ପୌରାଂଚଳର ବିଜେପି ନଗର କମିଟି ସମ୍ପାଦକ ଜୀତେନ୍ଦ୍ର ପଣ୍ଡା, ବିଜେପି ନଗର କମିଟିର କାର୍ଯ୍ୟକାରୀ କମିଟି ସଭ୍ୟ ଭକ୍ତିପଦ ବେହେରା, ବିଜେପି ନଗର କମିଟିର କାର୍ଯ୍ୟକାରୀ କମିଟି ସଭ୍ୟ ଜୀତେନ୍ଦ୍ର ମହାନ୍ତି, ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁଙ୍କ ପୁତ୍ର ସତିଶ କୁମାର ସାହୁ, କେନ୍ଦ୍ରାପଡା ଜିଲା ଓକିଲ ସଂଘର ପୂର୍ବତନ ଉପସଭାପତି ହାଡିବନ୍ଧୁ ସିଂହ, ସମାଜସେବୀ ବିପଦଭଞ୍ଜନ ଦାସ ଓ ଆଇନଜୀବୀ ଗୈାରପ୍ରସାଦ ମହାପାତ୍ର ପ୍ରମୁଖ ବହୁ ବିଜେପି କର୍ମକର୍ତା ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଭୁବନେଶ୍ୱରସ୍ଥିତ ଶଙ୍ଖଭବନରେ ବିଜେଡି ମୁଖପାତ୍ର ଡ. ସଶ୍ମିିତ ପାତ୍ର ଓ କେନ୍ଦ୍ରାପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିରେ ଯୋଗଦେଇଛନ୍ତି । ଦଳ ପକ୍ଷରୁ ସେମାନଙ୍କୁ ଦଳୀୟ ଉତରୀୟ ପ୍ରଦାନ କରାଯାଇ ଦଳକୁ ସ୍ୱାଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *