ଯାଜପୁରର ଚର୍ଚ୍ଚିତ ୟୁ ଟ୍ୟୁବର ଦମ୍ପତି କୋର୍ଟ ଚାଲାଣ ।

ଯାଜପୁର,୨୮/୦୩/୨୦୨୪ (ଓଡ଼ିଶା ସମାଚାର)- ଗତ ବୁଧବାର ରାତିରେ ଯାଜପୁରର ସଦର ପୋଲିସ ଷ୍ଟେସନ ଅନ୍ତର୍ଗତ ଜହଳ ଗ୍ରାମରେ ଥିବା ଜଙ୍ଗଲ ଅଧିକାରୀଙ୍କ ଦ୍ୱାରା ଆକ୍ରମଣ ପରେ ୟୁଟ୍ୟୁବର୍ ମୋନାଲିସା ଭଦ୍ରା ଏବଂ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ର ଯାଜପୁର ରେଞ୍ଜ କାର୍ୟ୍ୟାଳୟରେ ଆତ୍ମସମର୍ପଣ କରିଥିଲେ। ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ ହେତୁ ସେମାନଙ୍କୁ ବାରମ୍ବାର ତାଗିଦ୍ କରାଯାଇଥିଲା ,ହେଲେ ସେମାନେ ଏହାକୁ ଖାତିର ନ କରି ଘରେ ମାଙ୍କଡ ରଖିବା ଓ ସେଲ୍ଫି ନେବା ରୁ ବିଭାଗ ରେଡ ମଧ୍ୟ କରିଥିଲା । ରେଡ ସମୟରେ ଉଭୟ ସ୍ବାମୀ ସ୍ତ୍ରୀ ଫେରାର ହୋଇଯାଇଥିଲେ । ଏହି ଦମ୍ପତି ଅନେକ ବଣୁଆ ଜନ୍ତୁକୁ ନିଜ ଘରେ ରଖିଥିଲେ। ସେମାନଙ୍କ ବିରୁଧରେ ମାମଲା ଦାୟର କରାଯାଇଥିଲା । ସେମାନେ ବନ୍ୟଜନ୍ତୁମାନଙ୍କୁ ଓଡ଼ିଶା ବାହାରେ ପରିବହନ କରି ଅର୍ଥ ଉପାର୍ଜନ କରୁଥିବା ଅଧିକାରୀମାନଙ୍କୁ ମଧ୍ୟ ସୂଚନା ମିଳିଥିଲା । ସମ୍ପୃକ୍ତ ଦମ୍ପତି ଆତ୍ମସମର୍ପଣ ପରେ ସେମାନଙ୍କୁ କୋର୍ଟ ପଠାଯାଇଛି ।

Leave a Reply

Your email address will not be published. Required fields are marked *