ନାରୀ ଓ ପୁରୁଷ ପରସ୍ପର ପରିପୁରକ

ରାଉରକେଲା,୨୬/୦୩/୨୦୨୪ (ଓଡ଼ିଶା ସମାଚାର)- ନାରୀ ସବୁ ଯୁଗରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କେବେ ସୀତା ରୂପରେ ତ କେବେ ଦ୍ରଉପଦୀ ରୂପରେ ପୁଣି କେବେ ରାଣୀ ଲକ୍ଷ୍ମୀ ବାଈ ରୂପରେ ତ ପୁଣି ଲୋହ ମାନବୀ ଇନ୍ଦିରା ଗାନ୍ଧୀ ରୂପରେ । କିନ୍ତୁ ଏବେର ନାରୀ ନିଜର ସାମାଜିକ କର୍ତ୍ତବ୍ୟକୁ ପଛରେ ପକାଇ ନିଜର ଅର୍ଥନୈତିକ ବିକାଶରେ ଅଧିକ ମନୋନିବେଶ କରୁଛି । ଯେଉଁଥିପାଇଁ ଅନେକ ସମୟରେ ନିଜେ ନିନ୍ଦିତ ହେବା ସହ ନିଜ ପରିବାରକୁ ନିନ୍ଦିତ କରୁଛି,ନାରୀଟି ପ୍ରଥମେ ମନେରଖିବା ଉଚିତ୍ ସେ ଦୁହିତା ଦୁଇକୂଳର ହିତା ପାଇଁ ସୃଷ୍ଟି।ଏହା ଥିଲା ସହରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ବିଶ୍ବ ମହିଳା ଦିବସ ପାଳନ ଅବସରରେ ମୁଖ୍ୟ ବକ୍ତା  ମିନତୀ ପଣ୍ଡାଙ୍କ ବକ୍ତବ୍ୟ। ଛେଣ୍ଡସ୍ଥିତ ମଧୁସୂଦନ ପରିସରରେ  ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ବ ଓ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ବକ୍ତା ସବିତା ସାହୁ କହିଲେ ନାରୀ କେବେ କେବେ ପ୍ରୀତି ପ୍ରଦାୟିନୀ ତ ପୁଣି କେବେ କେବେ ସାଜେ ସିଂହବାହିନୀ। ନାରୀ ପୁରୁଷ ପରସ୍ପର ପରିପୁରକ,ନାରୀ ବିନା ପୁରୁଷ ଅକଳ୍ପନୀୟ । ସମ୍ମାନୀତ ଅତିଥି ତନୁଶ୍ରୀ ଜେନା ବକ୍ତବ୍ୟ ପ୍ରଦାନ କରି କହିଲେ ଆଜିର ସମାଜରେ ନାରୀକୁ ଅନେକ ସ୍ଵାଧୀନତା ମିଳିଛି କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ,କି ସବୁ ସ୍ତରରେ ନାରୀକୁ ସ୍ବାଧୀନତା ମିଳୁନି । ସମ୍ବର୍ଦ୍ଧିତ ପ୍ରତିଭା  ବରେଣ୍ୟା ନଳିନୀ ପ୍ରଭା ପଟ୍ଟନାୟକ ସମ୍ବର୍ଦ୍ଧନା ର ଉତ୍ତର ରେ କହିଲେ ଯେଉଁ ପରିବାର ବା ସମାଜରେ ନାରୀକୁ ସମ୍ମାନ ଦିଆଯାଉଛି ସେ ପରିବାର ବା ସମାଜରେ ସୁଖଶାନ୍ତି ବିଦ୍ୟମାନ କରେ । ସମ୍ପାଦକୀୟ ବିବରଣୀ ହରିହର ଶତପଥୀ ପାଠ କରିଥିଲା ବେଳେ ଅନିଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମଞ୍ଜୁଳା ରଥଙ୍କ ସଭାପତିତ୍ବରେ ଆୟୋଜିତ କବିତା ଆସରରେ କବି ସୁଶାନ୍ତ କୁମାର ନାୟକ ଓ ମାନସୀ ମହାପାତ୍ର ସଂଯୋଜନାରେ କବି ମୀନକେତନ ପଶାୟତ, ତ୍ରିଲୋଚନ ସ୍ବାଇଁ, ବସନ୍ତ ବିଶ୍ଵକର୍ମା, ସୁଶ୍ରୀସଙ୍ଗୀତା ଦାଶ, ବିନୀତା ମହାନ୍ତ,ଗଉତମ ଦାସ, ବ୍ରହ୍ମାନନ୍ଦ ପାଢି, ବିଜୟିନୀ ଜେନା, ଗଦାଧର ରଥ, ମଞ୍ଜୁଳା ରଥ,ମାନସୀ ମହାପାତ୍ର କବିତା ପାଠ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଅଜିତ୍ କୁମାର ପୁଝାରୀ, ଅକ୍ଷୟ କୁମାର ଦାସ, ସୂର୍ଯ୍ୟ ନାରାୟଣ ପଣ୍ଡା,ବ୍ରଜ କିଶୋର ପାଣି ଏବଂ ସହରରବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଶେଷରେ ପାଠାଗାରର ସଭାପତି ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *