ଡ଼ଃ ଆମ୍ବେଦକର ଙ୍କ ମହାପ୍ରୟାଣ ଦିବସରେ ସ୍ମୃତିସଭା

ପିପିଲି, ୦୬/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି ଡ଼ଃ ବାବା ସାହେବ ଆମ୍ବେଦକର ଙ୍କ ୬୮ ତମ ମହାପ୍ରୟାଣ ଦିବସରେ ଲିବରେସନ ଓ ଜାତୀୟ ଦଳିତ ଆଦିବାସୀ ମାଇନରୀଟି ମହାସଂଘ ପକ୍ଷରୁ ଶୋଭାଯାତ୍ରା ଏବଂ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । କମ୍ୟୁନିଷ୍ଟ ନେତା ସର୍ବେଶ୍ୱର ଭାରତୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ସ୍ମୃତିସଭା ରେ ଯୁଧିଷ୍ଠିର ମହାପାତ୍ର (ରାଜ୍ୟ ସମ୍ପାଦକ ସି ପି ଆଇ ଏମ ), ବିଜୟ ସେଠି (ଆଦିବାସୀ ନେତା ), ରାଧାକାନ୍ତ ସେଠି (ପୂର୍ବତନ ବିଧାୟକ ), କମ୍ୟୁନିଷ୍ଟ ନେତା ଅଶୋକ ପ୍ରଧାନ, ଗଙ୍ଗାଧର ସେଠି, ସ୍ଵର୍ଣ୍ଣଲତା ସେଠି, କାହ୍ନୁଚରଣ ବେହେରା, ରବୀନ୍ଦ୍ର ସ୍ୱାଇଁ, ସୁନନ୍ଦ ଗଡ଼ନାୟକ ଏବଂ ଅକ୍ଷୟ ବେହେରା ପ୍ରମୁଖ ସାମିଲ ହୋଇ ପିପିଲି ବଜାର ମଧ୍ୟରେ ଏକ ଶୋଭାଯାତ୍ରା ରେ ଆସି ବାଇପାସ ନିକଟରେ ଥିବା ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ନୀତି ଏବଂ ଆଦର୍ଶ ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *