କଟକ ସଦର, ୧୦/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର କନ୍ଦରପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ସେଣ୍ଟ ଜାଭିୟର୍ ହାଇସ୍କୁଲ ପକ୍ଷରୁ ‘ ବୃକ୍ଷ ହିଁ ଜୀଵନ ‘ ସଚେତନତା କାର୍ୟ୍ୟକ୍ରମ ସାଙ୍ଗକୁ
ଆୟତପୁର କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଆୟତପୁର ଖେଳ ପଡ଼ିଆ ନିକଟରେ
ଆଜି ବୁଧବାର ପୂର୍ବାହ୍ନରେ ଏକ ମେଗା ଚାରା ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିସରରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଜୀବ ଜଗତ ପାଇଁ ବୃକ୍ଷର ଆବଶ୍ୟକତା ଉପରେ ଏକ ସଚେତନତା ରାଲି ବାହାରି କନ୍ଦରପୁର ବଜାର ପରିକ୍ରମା କରିବା ପରେ ଆୟତପୁର ଚାରା ରୋପଣ ସ୍ଥଳରେ ପହଞ୍ଚି ଥିଲା। ଉକ୍ତ କାର୍ୟ୍ୟକ୍ରମ ପରିଚାଳନାରେ ସେଣ୍ଟ ଜାଭିୟର୍ ହାଇସ୍କୁଲର ପରିଚାଳନା ନିର୍ଦ୍ଦେଶିକା ବୈଜୟନ୍ତୀ ଜେନା, ପ୍ରତିଷ୍ଠାତା ସଂପାଦକ ନରେଶ ଚନ୍ଦ୍ର ଜେନା,
ପ୍ରିନ୍ସପାଲ ପ୍ରଫେସର ଖଲିକୁଜ ଜମାନ ଖାଁ ଓ ସମସ୍ତ କର୍ମଚାରୀଙ୍କ ସମେତ ଆୟତପୁର କ୍ରୀଡ଼ା ସଂସଦ ସଭାପତି ଲୋକନାଥ ଓଝା,
ଉପ ସଭାପତି ପ୍ରସନ୍ନ ସାହୁ, ଦିଲ୍ଲିପ ସ୍ୱ।ଇଁ, ମୀନକେତନ ଜେନା, ବିଷ୍ଣୁ ମହାରଣା, ଅନ୍ତର୍ୟ୍ୟାମୀ ମହାରଣା, ରଘୁନାଥ ବେହେରା, ବନମାଳି ବେହେରା ପ୍ରମୁଖ ସହାୟତା କରିଥିଲେ।
