ମସ୍କୋ ଠାରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଯୁବକ ଏ. ରମେୟାଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରିଲା

ଭୁବନେଶ୍ୱର,୨୧/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷିଆ ଦେଶର ମସ୍କୋ ଠାରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଯୁବକ ଏ. ରମେୟାଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇ ଅଣାଯାଇଛି।

ଏ. ରମେୟା ହେଉଛନ୍ତି ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା। ରୁଷିଆ ଦେଶରେ ଏକ କମ୍ପାନୀରେ ସେ କାମ କରୁଥିଲେ। ମେ’ ମାସ ୧୭ ତାରିଖରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ସେ ମୃତ୍ୟୁ ବରଣ କରିଥିଲେ। ଏହି ସମ୍ବନ୍ଧରେ ଖବର ପାଇବା ପରେ, ଏ. ରମେୟାଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ସରକାରଙ୍କ ପାଖରେ ନିବେଦନ କରିଥିଲେ।

ଏହାପରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ଏ. ରମେୟାଙ୍କ ମୃତ ଶରୀରକୁ ଗଞ୍ଜାମ ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗ୍ରାମକୁ ଆଜି ପଠାଇ ଦିଆଯାଇଛି। ଆଜି ଏ. ରମେୟାଙ୍କ ମୃତ ଶରୀର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରିତିଶ ପଣ୍ଡା ଉପସ୍ଥିତ ରହି ଏ. ରମେୟାଙ୍କ ମୃତ ଶରୀରକୁ ଗଞ୍ଜାମ ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗ୍ରାମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *