ଓଡିଶା ଭ୍ରଷ୍ଟାଚାର ନିବାରଣ ସଂସ୍ଥା ତରଫରୁ ରଥଯାତ୍ରାରେ ସେବା କାର୍ଯ୍ୟ

ପୁରୀ,୨୧/୦୭/୨୦୨୬ (ଓଡ଼ିଶା ସମାଚାର)- ଓଡିଶା ଭ୍ରଷ୍ଟାଚାର ନିବାରଣ ସଂସ୍ଥା, ଭୁବନେଶ୍ୱର (ଇଦ୍ଭଗ୍ଧସ ଉକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଓଦ୍ଭଗ୍ଧରକ୍ଷକ୍ଷସଶରଦ୍ଭମର ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର, ଙୟସଗ୍ଦଷବ ଝଗ୍ଧବଗ୍ଧର) ତରଫରୁ ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ସ୍ଥାନୀୟ ପୁରୀ ତଥା ବଳଗଣ୍ଡି ସାହି ଛକରେ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଷ୍ଟଲ ଠାରେ, ସଂସ୍ଥା ତରଫରୁ ବିଭିନ୍ନ ଧରଣର ୧୦,୦୦୦ ଉର୍ଦ୍ଧ ଜଳ ବଂଟନ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲୁ ରହିଥିଲା । ଏଥି ସହିତ ସଂସ୍ଥା ତରଫରୁ ନିଷ୍ପତି ନିଆଯାଇଅଛି ଯେ ଉକ୍ତ କାର୍ଯ୍ୟକ୍ରମ ଆଗାମୀ ବାହୁଡା ତଥା ସୁନାବେଶ ଅବଶରରେ ଚାଲୁ ରହିବ ।


ଉକ୍ତ କାର୍ଯ୍ୟକ୍ରମ, ଓଡିଶା ଭ୍ରଷ୍ଟାଚାର ନିବାରଣ ସଂସ୍ଥା, ଭୁବନେଶ୍ୱର ରାଜ୍ୟ ସଭାପତି, ବରିଷ୍ଠ ଆଇନଜିବୀ ଡ. କିଶୋର ଚନ୍ଦ୍ର କର, ପ୍ରଶାସନିକ ସଂପାଦକ ଲାୟନ୍ ଡ. ଅସିତ୍ କୁମାର ମହାନ୍ତି, ପୁରୀ ଜୋନ ସଭାପତି ଶ୍ରୀମତୀ ଦିନମଣୀ ଦେବୀ, ସଧାରଣ ସଂପାଦୀକା (ପୁରୀ) ଶୁଶ୍ରୀ ରାଜଲକ୍ଷ୍ମୀ ମିଶ୍ର, ସମ୍ବଲପୁର ଜୋନ୍ ସଭାପତି ଶ୍ରୀଯୁକ୍ତ ଫକିର କର୍ଣ୍ଣ ତଥା ସାମାଜିକ କର୍ମୀ ଶ୍ରୀଯୁକ୍ତ ଅଶୋକ କୁମାର ରାୟ ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ଅବସରରେ ଜାତୀୟ ସାଧାରଣ ସଂପାଦକ ଡ. ବିପିନ୍ ବିହାରୀ ମିଶ୍ର ଶୁଭେଚ୍ଛା ଶହ ଶୁଭକାମନା କରିଥିଲେ ।

Leave a Reply

Your email address will not be published. Required fields are marked *