ବିଶ୍ଵାସ କଲେଜରେ ନବାଗତ ସେବିକା ଛାତ୍ରଛାତ୍ରୀ ମାନଙ୍କର ଶପଥ ଗ୍ରହଣ ଉତ୍ସବ

 ଭୁବନେଶ୍ୱର, ୨୬/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ବିଶ୍ଵାସ କଲେଜ ପ୍ରାଙ୍ଗଣରେ ନବାଗତ ସେଵିକା ଛାତ୍ରଛାତ୍ରୀ ମାନଙ୍କର ଶପଥ ଗ୍ରହଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ଶ୍ରୀମତୀ ବାସନ୍ତୀ ବେହେରା, ସମ୍ପାଦିକା,ରାଜ୍ୟ ନର୍ସିଂ ଓ  ମିଡ଼ ୱାଇଭ୍ସ  ବୋର୍ଡର ମୁଖ୍ୟ ଅତିଥିରୂପେ ଯୋଗଦାନ କରି ପିଲାମାନଙ୍କୁ ଦ୍ଵୀପ ପ୍ରଜ୍ୱଳିତ  କରି ଶପଥ ପାଠ କରାଇଥିଲେ ।

ଅନୁଷ୍ଟାନର ନିର୍ଦ୍ଦେଶକ ଡକ୍ଟର  ଏଲଏନ ପଣ୍ଡା ଶପଥ ଗ୍ରହଣର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ  । ନର୍ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସତ୍ୟଭାମା ମିଶ୍ର ଶପଥ ଗ୍ରହଣର ଉଦ୍ଦେଶ୍ୟ ଓ କାର୍ୟ୍ୟକାରିତା ଉପରେ ଗୁରୁତ୍ବଆରୋପ କରିଥିଲେ ।

ଏହି କାର୍ୟ୍ୟକ୍ରମରେ ବିଶ୍ଵାସ ବିଜ୍ଞାନ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପାରାମେଡିକସ୍ ମହାବିଦ୍ୟାଳୟର  ଅଧ୍ୟକ୍ଷଙ୍କ ସହିତ  ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *