ମିଶନ ଶକ୍ତି ଇ.ସି ମେମ୍ବରଙ୍କ ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, ୨୫/୦୩/୨୦୨୪ (ଓଡ଼ିଶା ସମାଚାର)- ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ ଇ.ସି ମେମ୍ବର ଙ୍କ ଦାବି ପୁରଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମାର୍ଶାଘାଇ ବ୍ଲକର କୁହୁଡି ପଂଚାୟତ ଇ.ସି ମେମ୍ବର ଭାବେ ୨୬ ଜଣ କାର୍ଯ୍ୟ କରନ୍ତି । ହେଲେ ପ୍ରତ୍ୟେକ ମିଟିଂ ପାଇଁ ଇ.ସା ମେମ୍ବରଙ୍କୁ ପାରିଶ୍ରମିକ ୫ ଶହ ଟଙ୍କା ଲେଖାଏଁ ମିଳିଥାଏ ତାହା ବି ୬ ମାସ ୭ ମାସରେ ଥରେ । ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ରେ ଦେଖିବାକୁ ମିଳିଛି ଅନ୍ତରପାନ୍ତର । କାହାକୁ ଅଧିକ ତ ଆଉ କାହାକୁ କମ୍ ।୨୬ ଜଣ ମେମ୍ବର ଥାଇଁ ୧୮ ହଜାର ଟଙ୍କାକୁ କିପରି ବାଂଟିବେ ବୋଲି ଇ.ସି ମେମ୍ବର ପ୍ରଶ୍ନ କରିଛନ୍ତି ପ୍ରଶାସନକୁ । ସାଧାରଣ ନିର୍ବାଚନ ପୂର୍ବରୁ ସି. ଆର.ପି, ଏମ.ବି.କେ ଆଉ ବ୍ୟାଙ୍କ ମିତ୍ରଙ୍କୁ ରାଜ୍ୟସରକାର ଦରମାବୃଦ୍ଧି କରିଛନ୍ତି । ହେଲେ ଭୁଲିଗଲେ ତୃଣମୂଳ ସ୍ତରରୁ ମିଶନଶକ୍ତି ଇ.ସି ମେମ୍ବର ଙ୍କୁ । ମହିଳାମାନଙ୍କୁ ସ୍ୱାବଲମ୍ବନି କରିବା ଦିଗରେ ଇ.ସି ମେମ୍ବର ମାନଙ୍କ ଗୁରୁଦାୟିତ୍ୱ ଥିବାବେଳେ ଏମାନଙ୍କୁ ରାଜ୍ୟସରକାର ଅଣଦେଖା କରୁଥିବା ଅଭିଯୋଗ କରୁଛନ୍ତି ଇ.ସି ମେମ୍ବର ମାନେ । ମାସକୁ ଦୁଇଟି ମିଟିଂ ଆଟେଣ୍ଡ କରି ୧୦୦ ଟଙ୍କା ପାରିଶ୍ରମିକ ରେ ଏମାନେ ବର୍ଷ ବର୍ଷ ହେବ କାମ କରିଆସୁଛନ୍ତି । ତେବେ ଆଗାମୀ ଦିନରେ ସରକାର ଏମାନଙ୍କ କଥାକୁ ବିଚାର କରି ଏମାନଙ୍କୁ ସ୍ଥାୟୀନିଯୁକ୍ତି ଦେବା ସହିତ ପାରିଶ୍ରମିକ ବୃଦ୍ଧିପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *