ଆଶାର ଆଲୋକ ରେ ହୋଲି ପର୍ବ ପାଳନ କଲେ ଦ ହୁମାନିଟି ଫାଉଣ୍ଡେସନ

ରାଉରକେଲା,୨୫/୦୩/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ): ସାମାଜିକ ଅନୁଷ୍ଠାନ ଦି ହୁମାନିଟି ଫାଉଣ୍ଡେସନ ତରଫ ରୁ ସେକ୍ଟର ୮ ସ୍ଥିତ,ଆଶାର ଆଲୋକ  ରେ ପ୍ରାୟ ୬୦ ଜଣ ଅନ୍ତେବାସୀ ଙ୍କ ସହ ଧୁମ୍ ଧାମ ରେ ହୋଲି ପର୍ବ ପାଳନ କରିଥିଲେ । ଫାଉଣ୍ଡେସନର ସଦସ୍ୟ ମାନେ ଉକ୍ତ ଆଶ୍ରମ ରେ ଅନ୍ତେବାସୀ ମାନଙ୍କୁ ଦିଆ ଯାଉଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସଂସ୍କାର କାର୍ଯ୍ୟକ୍ରମ ରେ ଖୁସି ବ୍ୟକ୍ତ କରିଥିଲେ। ଅନ୍ତେବାସୀଙ୍କ ସହ ସଦସ୍ୟ ମାନେ ଭାବ ବିନିମୟ କରିବା ସହ ସହିତ କିଛି ସମୟ ଅତିବାହିତ କରିଥିଲେ। ଏହି ଉପଲକ୍ଷେ ସମସ୍ତଙ୍କ ପାଇଁ ଜଳଖିଆ ର ବନ୍ଦୋବସ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟି ଦୀପ୍ତି ସୁନ୍ଦରାୟ ଙ୍କ ନେତୃତ୍ବରେ ହୋଇଥିଲାବେଳେ ଏଥିରେ  ଅତିଥି ଭାବେ ସୁଦୂର ଭୁବେଶ୍ବର ରୁ   ରିନା ରାଣୀ ସାହୁ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନ ର ସଦସ୍ୟା ପ୍ରିୟଙ୍କା ପାଣି, ଗ୍ରେସି ଡେଭିଡ, ଗରିମା ପତ୍ରୀ, ବିଜୟ ସୁନ୍ଦରାୟ, କାର୍ତ୍ତିକ ରାଉତ, ବିକାଶ ଚୌଧୁରୀ, ରଶ୍ମିତା ମଲ୍ଲିକ, ସ୍ନିଗ୍ଧା ପୁହାଣ, ରୁନୁ ରାଉତ, ତାରା କୃଷ୍ଣମୂର୍ତ୍ତି, ସୁଷମା ସିଂ ରାଜପୁତ , ସସ୍ମିତା ପାତ୍ର, ଆଶା ଦିଦି, ରଶ୍ମିତା ବିଶୋଇ, ବିଭୁ ପଟ୍ଟନାୟକ ଓ ଅରୁଣ ସାର୍ ଙ୍କ ଉପସ୍ଥିତ ରେ ହୋଲି ପର୍ବ ଟି ସଫଳତା ପୂର୍ବକ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *