ଦାରୁ ପ୍ରାପ୍ତିସ୍ଥାନରେ ମହାଯଜ୍ଞ, ଭାରତ ବିଜୟ ପାଇଁ ଆହୂତୀ

ଭୁବନେଶ୍ୱର/ଖୋର୍ଦ୍ଧା,୧୦/୦୫/୨୦୨୫(ଓଡ଼ିଶା ସମାଚାର)-ଖୋର୍ଦ୍ଧାର ଦାରୁ ପ୍ରାପ୍ତିସ୍ଥାନ ଦଧିମାଛ ଗାଡ଼ିଆ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ମନ୍ଦିର ଉନ୍ନୟନ ସମିତି ପକ୍ଷରୁ ମନ୍ଦିର ପ୍ରତିଷ୍ଠାର ସପ୍ତବିଂଶତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ବର୍ତମାନ ପାକିସ୍ଥାନ ସହ ଆମ ଦେଶର ଯୁଦ୍ଧ ଚାଲିଥିବାରୁ ଭାରତର ସୁବର୍ଣ୍ଣ ବିଜୟ ପାଇଁ ଆହୂତି ଦିଆଯାଇଛି ।

ଏହି ମହାଯଜ୍ଞରେ ଆସନ୍ତା ୧୧ତାରିଖ ଚାଲିବ । ପ୍ରତିଦିନ ବିଭିନ୍ନ ସାଧୁ ସନ୍ଥଙ୍କ ଦ୍ୱରା ପ୍ରବଚନ ଓ ଭଜନ କିର୍ତନ କରାଯାଉଛି । ୮ତାରିଖ ସନ୍ଧ୍ୟାରେ ଅଙ୍କୁର ରୋପଣ କରାଯାଇଥିବା ବେଳେ ୯ତାରିଖ ସକାଳୁ ରାମଚରିତ ମାନସ ପରାୟଣ କରାଯାଇଥିଲା । ତେବେ ଭାରତ ଯୁଦ୍ଧରେ ବିଜୟ ପାଇଁ ସକାଳୁ ୧୦୮ ହନୁମାନ ଚାଳିଶା ପାଠ କରାଯିବା ସହ ମହାଯଜ୍ଞରେ ଆହୂତୀ ପ୍ରଦାନ କରାଯାଇଥିଲା ।

ଏହା ଆସନ୍ତା ୧୧ତାରିଖ ଅପରାହ୍ନ ୫ଟାରେ ପୂର୍ଣ୍ଣାହୁତୀ ଆୟୋଜିତ ହୋଇଛି । ଏଥିରେ, ମନ୍ତ୍ରୀ, ସାଂସଦ, ବିଧାୟକ, ନ୍ୟାୟଧୀଶ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବା କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଥାଉକି, ୧୯୯୬ମସିହାରେ ଏହି ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିଲା ।

Leave a Reply

Your email address will not be published. Required fields are marked *