ଖଜୁରୀପଡ଼ା ରେ ” ଆଖି ଅବୁଝାକୁ ଲୁହ ଅବୁଝା ” ନାଟକ ମଞ୍ଚସ୍ଥ

ନିରାକାରପୁର, ୨୪/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ପଞ୍ଚାୟତ ଖଜୁରୀପଡ଼ା ଗ୍ରାମରେ ମା ଦ୍ଵାରନାୟକାଣୀ ନାଟ୍ୟ ସଂସଦ ଆନୁକୁଲ୍ୟରେ ନାଟକ ” ଆଖି ଅବୁଝାକୁ ଲୁହ ଅବୁଝା ” ଗାଁ କଳାକାର ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଯାଇଛି।ଏଥିରେ ଅତିଥି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ସମାଜସେବୀ ଶୁଭମ ଦାସ, ଯୁବ ନେତା ଆଲୋକ ରଂଜନ ଛୋଟରାୟ,ସମିତି ସଭ୍ୟ ରମେଶ ବିଶ୍ୱାଳ ଓ ଯୁବ ନେତା ବାବୁ ଜଗଦେବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନାଟକରେ ଗୁନା, ମିଟୁ, ଟିଲା, ଅଜୁ, ମିଥୁନ, ମୁନା, କାଙ୍ଗୁ, କାର୍ତିକ, ବଗ, ଆଲୋକ, କାଳିଆ, ଧୂନା, ଭୋଳା, ପପୁ, ସନା, ସନ୍ତୁ, ଅନିଲ, ଶ୍ରୀକାନ୍ତ, ଲିପୁଆ, ଚନ୍ଦୁ, ଗୁନୁ, ଅନୁ ଓ ସୁମିତ୍ରା ପ୍ରଭୃତି ନିଖୁଣ ଅଭିନୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ  ବିଭୁତି ଭୂଷଣ ଛୋଟରାୟ ( ମୁନା ) ପରିଚାଳନା କରିଥିବାବେଳେ ନିର୍ଦେଶନା ଦେଇଥିଲେ ଅଶୋକ କୁମାର ପ୍ରଧାନ ( ବିନ୍ଦୁ ସାର )। ଅନ୍ୟମାନଙ୍କ ମଧ୍ୟରେ ସମ୍ପୂର୍ଣ ସହଯୋଗ ଖଜୁରୀପଡା ହିନ୍ଦୁ ସାହି ଗ୍ରାମ୍ୟ କମିଟି ସଭାପତି ଧନଞ୍ଜୟ ପାଟଶାଣି ଓ ଗ୍ରାମବାସୀ ବୃନ୍ଦ କରିଥିଲେ ।

Leave a Reply

Your email address will not be published. Required fields are marked *