ପୂର୍ବ ସରକାରରେ ବିଭିନ୍ନ ବିଭାଗରେ  ନିଯୁକ୍ତ ଉପଦେଷ୍ଟା ମାନଙ୍କୁ  ଦାୟିତ୍ଵ ମୁକ୍ତ କରାଗଲା

ଭୁବନେଶ୍ୱର,୨୧/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବ ସରକାରଙ୍କ ସମୟରେ ରାଜ୍ୟର ବିଭିନ୍ନ ବିଭାଗରେ ଉପଦେଷ୍ଟା ଭାବେ ଅନେକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆ ଯାଇଥିଲା।

ମୋହନ ଚରଣ ମାଝୀ,ମୁଖ୍ୟମନ୍ତ୍ରୀ ଓଡ଼ିଶା

ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ଏହାଦ୍ବାରା କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉପଦେଷ୍ଟା ମାନଙ୍କୁ ଦାୟିତ୍ଵ ମୁକ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *