ଅଭିଷେକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ୧.୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

 କଟକ ୧୮/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)   କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣାସ୍ଥିତ ଲକ୍ଷ୍ମୀନାରାୟଣ ସ୍ୱାମୀ ମନ୍ଦିର ପରିସରରେ ଇଂ ଅଭିଷେକ ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଅଭିଷେକ ପାଲ୍‌ଙ୍କ ୫ମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆରୋଗ୍ୟ ନିଳୟ ଫିଜିଓଥେରାପି ସେଣ୍ଟରକୁ ୧ଲକ୍ଷ ଟଙ୍କା ଓ ଭଞ୍ଜନଗର ବେତାର ଗ୍ରାମର ମମତା ପଣ୍ଡାଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଅନୁଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ପାଲ ପ୍ରଦାନ କରିଛନ୍ତି ।

ବିଭିନ୍ନ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୫୦ଜଣ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ଓ ବାଙ୍କି ଅଂଚଳର ଜଣେ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ୍ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ରଂଜନ କୁମାର ଲେଙ୍କା, ଅନ୍ନପୂର୍ଣା ସାହୁ, ସ୍ୱାଧୀନଚେତା ମହାନ୍ତି, ଆଲୋକ କୁମାର ଦାସ, ଚିନ୍ମୟ ପାତ୍ର, ଅଶୋଜ ରାଉତ, ସୁବ୍ରତ ମହାପାତ୍ର, ବାଉରୀବନ୍ଧୁ ଜେନା, ଡଃ କଲ୍ୟାଣ ମହାନ୍ତି, ରମେଶ ଚନ୍ଦ୍ର ପ୍ରଧାନ, କାନନ ବିହାରୀ ନାୟକ, ସୁବାସ ଚନ୍ଦ୍ର ସ୍ୱାଇଁ, ସୁବାସ ସ୍ୱାଇଁ, ସୁଧାକର ସ୍ବାଇଁ, ଶରତ ପରିଡା, କିଶୋର ପ୍ରଧାନ ଓ ଦେବେନ୍ଦ୍ର କୂଅଁର ପ୍ରମୁଖ ଉପସ୍ଥିତ ରହି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାଜିପାଟଣା ଗ୍ରାମବାସୀମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *