କଟକ ସଦର,୧୯/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଠାରେ ଗଢ଼ିଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ସେବା ସଂଗଠନ ଧରିଣା ପଞ୍ଚାୟତ କମରପଦା ହାଡୁଆକୁଳ ଗ୍ରାମର ଜନୈକ ମାନସିକ ଅନଗ୍ରସର ପ୍ରମୋଦ କୁମାର ମିଶ୍ରଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଥିବା ଜଣାପଡିଛି। ସଂଗଠନ ର ସଭାପତି ଭୈରବ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ସ୍ୱ।ମୀ ଅଦୈତାନନ୍ଦ ସରସ୍ଵତୀ, ଭବାନୀ ଶଙ୍କର ରାୟ, କାଙ୍ଗାଳି ଚରଣ ବେହେରା, ଅଜୟ ପଟ୍ଟନାୟକ, ସୀତାରାମ ପଣ୍ଡା,କ୍ଷିତିନ୍ଦ୍ର ମିତ୍ର, କୈଳାସ ଦାସ, ସଂପାଦକ ସୁଧାକର ଦାଶ, ନାରାୟଣ ଦାଶ,ସୁଧିରଂଜନ ସେଠୀ, ଜଗବନ୍ଧୁ ମଲ୍ଲିକ, ଦୀପକ ମଣ୍ଡଳ, ସୁଶିଲ ମଣ୍ଡଳ, ନିରଞ୍ଜନ ବାରିକ, ଚିନ୍ମୟ ଦାସ, ସୁକାନ୍ତ ଦାସ, ଜୟନ୍ତୀ ପାତ୍ର, ବିମଳ ସାହୁ ପ୍ରମୁଖ ସଦସ୍ୟ ମାନେ ଅସହାୟ ପରିବାରକୁ ଭେଟି ସହାୟତା ଯୋଗାଇଥିଲେ ।
ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଲା ବିପଦର ବନ୍ଧୁ ସେବା ସଂଗଠନ
