ମହାନଦୀ ବିହାର ମହିଳା ସମିତି ପକ୍ଷରୁ ମିନା ବଜାର

କଟକ,୧୯/୦୩/୨୦୨୪(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ମହାନଦୀ ବିହାର ମହିଳା ସମିତି ପକ୍ଷରୁ ମିନା ବଜାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ପାର୍କ ଠାରେ ମିନା ବଜାର ଆୟୋଜିତ ହୋଇଥିଲା। ମହିଳା ସମିତିର ସଭାନେତ୍ରୀ ଇନ୍ଦୁ ଦାଶଙ୍କ ତତ୍ବାବଧାନରେ ଆୟୋଜିତ ମିନା ବଜାର କୁ କରପୋରେଟର୍ ଇଂ ସୁବ୍ରତ ଘଡାଇ, ଏମଡିଏର ସଭାପତି ଶ୍ରୀ ରବିନ୍ଦ୍ର ତ୍ରିପାଠୀ, ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ, ଇଂ ଗୋପାଳକୃଷ୍ଣ ବେହେରା, ଚାରୁଲତା ଷଡ଼ଙ୍ଗୀ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମହିଳା ସମିତି ର ସଭ୍ୟା ମାନଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ଷ୍ଟଲ ମାନଙ୍କରେ ବିଭିନ୍ନ କିସମର ପିଠାପଣା, ଚାଟ୍, ଗୁପୁଚୁପ୍, ବରା,ଦହିବରା, ଚିକେନ୍ ପକଡ଼ା, ଅଣ୍ଡାଚପ୍, ହର୍ବାଲ ଚା ବଡି ଇତ୍ୟାଦି ସାମଗ୍ରୀ ମାନ ବିକ୍ରୟ କରା ଯାଇଥିଲା। ମହିଳା ସମିତିର ସଦସ୍ୟା ଓ ମହାନଦୀ ବିହାର ବାସିନ୍ଦା ମାନେ ମନଭରି ଉପଭୋଗ କରିଥିଲେ। ନମିତା ଦାସ,ରୀନା ମିଶ୍ର, ପ୍ରଣତି ନାୟକ, ଉମା ମହାନ୍ତି, ତୃପ୍ତି ମହାନ୍ତି, ସୀମା କୁମାରୀ,ଓ ସମ୍ପାଦିକା ନିବେଦିତ ଷଡଙ୍ଗୀ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *