ସାମ୍ବାଦିକଙ୍କ ପିତୃ ବିୟୋଗ

କେନ୍ଦ୍ରାପଡ଼ା, ୨୮/୦୯/୨୦୨୫(ଓଡ଼ିଶା ସମାଚାର)-କଟକ ଜିଲାର ମାହାଙ୍ଗା ନିବାର୍ଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ବନ୍ତଳା ଗ୍ରାମର ବିଶିଷ୍ଟ ସମାଜସେବୀ ସହଦେବ ସାମଲଙ୍କ ୭୨ବର୍ଷ ବୟସରେ ବିୟୋଗ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ । ସେ ହେଉଛନ୍ତି ଦୈନିକ ଖବରକାଗଜ ‘ସମ୍ବାଦ’ର କେନ୍ଦ୍ରାପଡ଼ା ଜିଲା ପ୍ରତିନିଧି ସୁବ୍ରତ କୁମାର ସାମଲଙ୍କ ପିତା ।

ସେ ଜଣେ ସମାଜସେବୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ସୁବ୍ରତ, ବୋହୁ ଓ ପତ୍ନୀଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ । ବିୟୋଗ ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କେନ୍ଦ୍ରାପଡ଼ାର ପ୍ରାକ୍ତନ ପୌର ସଦସ୍ୟ ହିରଣ୍ୟ କୁମାର ପଣ୍ଡା,ବିଜେଡି ଯୁବନେତା ରାଜେଶ କୁମାର ପଣ୍ଡା, ସମ୍ବିତ ହରିଚନ୍ଦନ, ଦୈନିକ ସକାଳର ପ୍ରତିନିଧି ଦେବଦତ ଦାଶ ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବନ୍ତଳାସ୍ଥିତ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ଫଟୋ ଗ୍ରାଫର ପ୍ରଦୀପ ସାହୁ, କନକ ଟିଭିର ଜିଲା ପ୍ରତିନିଧି ସନ୍ତୋଷ ପଣ୍ଡା, ଅର୍ଗସର ପ୍ରତିନିଧି ସୁଶାନ୍ତ ନାୟକ, ଦୈନିକ ସଂଚାରର ପ୍ରତିନିଧି ମୁକ୍ତେଶ୍ୱର ସ୍ୱାଇଁ, ସମାଜସେବୀ ସରୋଜ ଦାସ, ଟୀୟ ବୋଟଲ ପ୍ରମୁଖ ସ୍ୱର୍ଗତ ସାମଲଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ସାମଲଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପର୍ଣ୍ଣ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ମନମୋହନ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *