ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ

କଟକ ସଦର, ୧୮/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥର ରାମକୁମାରପୁର ନିକଟରେ ଗତ ଶନିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଧକ୍କାରେ ଦୁଇଜଣ ମଟରସାଇକେଲ ଆରୋହୀ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରକାଶ ଯେ ପାରାଦୀପ ପଟୁ ଗୋରୁ ବୋଝେଇ କରି ଆସୁଥିବାବେ‌ ଏକ ପିକଅପ୍ ଭ୍ୟାନ କଟକରୁ ଉକ୍ତ ଥାନା ଅନ୍ତର୍ଗତ ମାଣପୁର ପଞ୍ଚାୟତ ଵୋଦର ଗ୍ରାମର ଦୁଇ ୨୨ ବର୍ଷିୟ ଯୁଵକ ପ୍ରଶାନ୍ତ ମଲ୍ଲିକ ଓ ବିଜୟ ମଲ୍ଲିକ ମଟର ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆହାତ ଯୁବକ ଦ୍ୱୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ସେମାନଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ପିକଅପ୍ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ୧୩ ଟି ଗୋରୁଙ୍କୁ ଉଦ୍ଧାର କରି ପୋଲିସ ଛତିଆରେ ଥିବା ଏକ ଗୋଶାଳାକୁ ପଠାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *