ରତିକାନ୍ତ କାନୁନଗୋ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ

ଗରଦପୁର,୦୫/୦୯/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ କଂଗ୍ରେସ ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ର ରାଜ୍ୟ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି । ଏଥିରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କୁ ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି ।

ଏହି ଅବସରରେ ନବ ନିଯୁକ୍ତ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସଂପାଦକ ଡ଼ ରତିକାନ୍ତ କାନୁନଗୋ ଙ୍କୁ କେନ୍ଦ୍ରାପଡ଼ା ଜିଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମା, ଜିଲା ଉପ ସଭାପତି (ସଂଗଠନ) ସତ୍ୟ ପ୍ରିୟ ସାମଲ, ଜିଲା ଉପ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ, ଗରଦପୁର ବ୍ଲକ ସଭାପତି ଜ୍ୟୋତି ରଞ୍ଜନ ପରିଡା, ଡେରାବିଶ ବ୍ଲକ ସଭାପତି ରାଜୀବ ଲୋଚନ ମିଶ୍ର, ମାର୍ଶାଘାଇ ବ୍ଲକ ସଭାପତି ଶିକ୍ଷାଂଶୁ ଲେଙ୍କା, କେନ୍ଦ୍ରାପଡ଼ା ନଗର ସଭାପତି ଦିଲ୍ଲୀପ ପ୍ରଧାନ ଓ ପାଟକୁରା ତଥା କେନ୍ଦ୍ରାପଡ଼ା ଜିଲା ର ବହୁ କଂଗ୍ରେସ କର୍ମୀ ଓ ଶୁଭେଛୁ ଶ୍ରୀ କାନୁନଗୋ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ଏଆଇସିସି ର ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ଓଡିଶା ର ପ୍ରଭାରୀ ଲାଲଜି ଦେଶାଇ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ କେନ୍ଦ୍ରାପଡ଼ା ର ସାଂସଦ ପ୍ରାର୍ଥୀ ତଥା ରାଜ୍ୟ କମିଟି ର କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ ଙ୍କୁ ଶ୍ରୀ କାନୁନଗୋ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *