ନିରାକାରପୁର, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଜାତୀୟ ରାଜପଥ ୧୬ ନିକଟସ୍ଥ ମନ୍ଦାକିନୀ ନଦୀ କୂଳରେ ଚଳିତବର୍ଷ ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୭ ତାରିଖରେ ସକାଳ ୮.୩୦ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ପୂର୍ବତନ ବିଧାୟକ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ବୈଠକରେ ସୂଚନା ଦିଆଯାଇଛି । ଉତ୍କଳୀୟ ନୈାବାଣିଜ୍ୟ ପରମ୍ପରାକୁ ଉଜ୍ଜିବିତ କରିବା ସହ ଯୁବ ମାନସ ଭିତରେ ଆମ ପ୍ରାଚୀନ ସାଂସ୍କୃତିକ ଭାବ ଧାରାର ଚେତନା ସୃଷ୍ଟି କରିବା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ବି ଏହାକୁ ପାଳନ କରିବା ପାଇଁ ବୈଠକରେ ନିଷ୍ପତିି ନିଆଯାଇଛି । ଏଥିରେ କମିଟିର ମୁଖ୍ୟ ସଂଯୋଜକ ବିଶ୍ୱଭୂଷଣ ଛୋଟରାୟ, ଉପସଭାପତି ଶ୍ରୀ ରଞ୍ଜିତ ଜଗଦ୍ଧେବ, ସାଧାରଣ ସଂପାଦକ ରମାକାନ୍ତ ମହାପାତ୍ର ,ସହ ସଂପାଦକ କୃଷ୍ଣଚନ୍ଦ୍ର ନରେନ୍ଦ୍ର , କୋଷାଧ୍ୟକ୍ଷ ବିଜୟ କୁମାର ରାଉତରାୟ, ସମିତିସଭ୍ୟ ରମେଶ ଚନ୍ଦ୍ର ବିଶ୍ୱାଳ ,କାର୍ଯ୍ୟକାରୀ ସଦସ୍ୟ ବିରେନ୍ଦ୍ର ପଟ୍ଟନାୟକ, କୈଳାସ ଚନ୍ଦ୍ର ସାମନ୍ତସିଂହାର, କେଦାରଶ୍ୱର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଏହି ଉତ୍ସବରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ନିବେଦନ କରିଛନ୍ତି । ଏହି ଅବସରରେ ବୋଇତ ବନ୍ଦାଣ ଓ ଯାତ୍ରା ସହ ଓଡ଼ିଆ ଚଳଚିତ୍ର ଜଗତର ଖ୍ୟାତନାମା କଳାକାରମାନେ ତଥା ବହୁ ସାଂସ୍କୃତିକ ଦଳ ଯୋଗଦେବେ । ଏଥି ସହିତ ସ୍ଥାନୀୟ ଲୋକପ୍ରତିନିଧି ଓ ସମାଜସେବୀମାନେ ଯୋଗଦେଇ ସାହାଯ୍ୟ ସହଯୋଗ କରିବବେ ବୋଲି ଜଣାପଡ଼ିଛି ।
Related Posts
ତୁଳସୀକ୍ଷେତ୍ର ମହୋତ୍ସବ ପାଇଁ ସଂସ୍କୃତି ବିଭାଗ ନିର୍ଦେଶକ ଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା,୦୪/୧୦/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ତୁଳସୀକ୍ଷେତ୍ର ମହୋତ୍ସବ ନିମନ୍ତେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ତୁଳସୀକ୍ଷେତ୍ର କଳାକାର ସଂଘ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି…
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ଘୋଷଣା– ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଭୁବନେଶ୍ୱର, ୧୮/୮/୨୦୨୪…
୨୮ଟି ମହିଳା ସ୍ୱୟଂ ଗୋଷ୍ଠୀ ଭାଗନେଇ ବିଭିନ୍ନ ପ୍ରକାର ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କଲେ
ନିମାପଡ଼ା ୦୪/୦୬/୨୦୨୫ (ଓଡ଼ିଶା ସମାଚାର)- ୪ ଓ ୫ ତାରିଖରେ ହେବାକୁ ଥିବା ଉତ୍କର୍ଷ ନିମାପଡ଼ା ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ଏହି ପ୍ରତିଯୋଗିତା ଦ୍ୱାରା ମହିଳାମାନେ…
