ନିରାକାରପୁର, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଜାତୀୟ ରାଜପଥ ୧୬ ନିକଟସ୍ଥ ମନ୍ଦାକିନୀ ନଦୀ କୂଳରେ ଚଳିତବର୍ଷ ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୭ ତାରିଖରେ ସକାଳ ୮.୩୦ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ପୂର୍ବତନ ବିଧାୟକ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ବୈଠକରେ ସୂଚନା ଦିଆଯାଇଛି । ଉତ୍କଳୀୟ ନୈାବାଣିଜ୍ୟ ପରମ୍ପରାକୁ ଉଜ୍ଜିବିତ କରିବା ସହ ଯୁବ ମାନସ ଭିତରେ ଆମ ପ୍ରାଚୀନ ସାଂସ୍କୃତିକ ଭାବ ଧାରାର ଚେତନା ସୃଷ୍ଟି କରିବା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ବି ଏହାକୁ ପାଳନ କରିବା ପାଇଁ ବୈଠକରେ ନିଷ୍ପତିି ନିଆଯାଇଛି । ଏଥିରେ କମିଟିର ମୁଖ୍ୟ ସଂଯୋଜକ ବିଶ୍ୱଭୂଷଣ ଛୋଟରାୟ, ଉପସଭାପତି ଶ୍ରୀ ରଞ୍ଜିତ ଜଗଦ୍ଧେବ, ସାଧାରଣ ସଂପାଦକ ରମାକାନ୍ତ ମହାପାତ୍ର ,ସହ ସଂପାଦକ କୃଷ୍ଣଚନ୍ଦ୍ର ନରେନ୍ଦ୍ର , କୋଷାଧ୍ୟକ୍ଷ ବିଜୟ କୁମାର ରାଉତରାୟ, ସମିତିସଭ୍ୟ ରମେଶ ଚନ୍ଦ୍ର ବିଶ୍ୱାଳ ,କାର୍ଯ୍ୟକାରୀ ସଦସ୍ୟ ବିରେନ୍ଦ୍ର ପଟ୍ଟନାୟକ, କୈଳାସ ଚନ୍ଦ୍ର ସାମନ୍ତସିଂହାର, କେଦାରଶ୍ୱର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଏହି ଉତ୍ସବରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ନିବେଦନ କରିଛନ୍ତି । ଏହି ଅବସରରେ ବୋଇତ ବନ୍ଦାଣ ଓ ଯାତ୍ରା ସହ ଓଡ଼ିଆ ଚଳଚିତ୍ର ଜଗତର ଖ୍ୟାତନାମା କଳାକାରମାନେ ତଥା ବହୁ ସାଂସ୍କୃତିକ ଦଳ ଯୋଗଦେବେ । ଏଥି ସହିତ ସ୍ଥାନୀୟ ଲୋକପ୍ରତିନିଧି ଓ ସମାଜସେବୀମାନେ ଯୋଗଦେଇ ସାହାଯ୍ୟ ସହଯୋଗ କରିବବେ ବୋଲି ଜଣାପଡ଼ିଛି ।
Related Posts
ଆସନ୍ତା ମଇ ୦୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଯାଜପୁର ୨୮/୦୪/୨୦୨୬ (ଓଡ଼ିଶା ସମାଚାର)- ଜ଼ିଲ୍ଲା ଓ ଦୌରା ଅଦାଲତ ସମେତ ଜ଼ିଲ୍ଲା ର ସମସ୍ତ ଅଦାଲତ ପରିସରରେ ଆସନ୍ତା ମଇ ୦୯ ତାରିଖରେ ଦ୍ୱିତୀୟ ରାଷ୍ଟ୍ରୀୟ…
ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ରେ ସାଲେପୁର ପବ୍ଲିକ ସ୍କୁଲର ଶତ ପ୍ରତିଶତ ସଫଳତା
ସାଲେପୁର, ୧୫/୦୫/୨୦୨୫ ( ଓଡିଶା ସମାଚାର / ଅଭୟ ଜେନା )- ସାଲେପୁର ମାଛୁଆତି ସ୍ଥିତ ସାଲେପୁର ପବ୍ଲିକ ସ୍କୁଲ ର ଦଶମ ଓ ଦ୍ୱାଦଶ ବୋର୍ଡ…
ଭୂମିପୁତ୍ରର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ
ମାହାଙ୍ଗା,୦୪/୦୫/୨୦୨୬(ଓଡିଶା ସମାଚାର / ଅଭୟ ଜେନା)- ସଂସ୍କୃତି ବିଭାଗ ଏବଂ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଭୂମିପୁତ୍ର” ର ମିଳିତ ସହଯୋଗରେ ଲୋକକଳା ମହୋତ୍ସବ- ୨୦୨୬ ମାହାଙ୍ଗା ନିର୍ବାଚନ…
