ସମୀର ଟିଭିଏସ ପକ୍ଷରୁ ମେଗା ରକ୍ତଦାନ ଶିବିର — ୧୬୪ୟୁନିଟ ରକ୍ତ ସଂଗୃହିତ

କେନ୍ଦ୍ରାପଡ଼ା,୨୧/୦୧/୨୦୨୬(ଓଡ଼ିଶା ସମାଚାର)- ଦୁହୁରିଆସ୍ଥିତ ସମୀର ଟିଭିଏସ ପକ୍ଷରୁ ଦ୍ୱାବିଂଶତମ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଫିତାକାଟି ଉଦଘାଟନ କରିଥିଲେ । ଜିଲାପାଳ ଶ୍ରୀ ଆୟାର ସମୀର ଟିଭିଏସର ଏଭଳି ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ ରକ୍ତଦାନ ହେଉଛି ମହତ ଦାନ । ଜଣେ ରକ୍ତ ଦାନ କଲେ ଏଥିରେ ୪ଜଣଙ୍କର ଉପକାର ହୋଇାଏ । ତେଣୁ ସମସ୍ତେ ଏଭଳି ମହତ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ ।

ସମୀର ଟିଭିଏସର ନିର୍ଦେଶକ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଆଂଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ ହେବା ଦ୍ୱାରା ରକ୍ତଭଣ୍ଡାରରେ ରକ୍ତର ଅଭାବ ଦୂର ହେବା ସହ ଜରୁରୀ ସମୟରେ ରୋଗୀଟି ରକ୍ତ ପାଇପାରି ଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଦୈନିକ ସମ୍ବାଦ ଜିଲା ପ୍ରତିନିଧି ସୁବ୍ରତ କୁମାର ସାମଲ ଯୋଗଦେଇ ଅଧିକରୁ ଅଧିକ ସଂଖ୍ୟାରେ ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ୧୩୯ଥର ରକ୍ତଦାନ କରିଥିବା କେ.ଏମ. ଅନ୍ନଦା ପ୍ରସାଦ, ୮୭ଥର ରକ୍ତଦାନ କରିଥିବା ରଶ୍ମୀରଞ୍ଜନ ବାରିକ ଓ ଭାରତୀୟ ଷ୍ଟେବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପରିଚାଳକ ଅର୍କଜ୍ୟୋତି ଭଟ୍ଟାଚାର୍ଯ୍ୟଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ‘ରକ୍ତବୀର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଏହି ଶିବିର ପରିଚାଳନାରେ ଲକ୍ଷ୍ମୀକାନ୍ତ ବେହେରା, ଦୁର୍ଯେ୍ୟାଧନ ମହାରଣା, ଅନିଜା ଜେନା, ରିତାଞ୍ଜଳୀ ସ୍ୱାଇଁ, ହିମାଂଶୁ ରାଉତ, କ୍ଷିତିଶ ଓମପ୍ରକାଶ ପରିଡା, ଦିପକ ସାମଲ, କୁମାର ଚିରଂଜ୍ୟୋତି ନାୟକ, ନିକୁଞ୍ଜଶେଖର ନାୟକ, ସୁବାସ ସ୍ୱାଇଁ, ସତ୍ୟବ୍ରତ ଦାସ, ବଳରାମ ସେଠୀ, ଆଶିଷ ଦାସ, ଜଗନ୍ନାଥ ମହାରଣା, ଶୁଭଶ୍ରୀ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *