ନିରାକାରପୁର, ୧୦/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପୋଖରିଆ ଛକ ନିକଟ ସୁନେଇରୂପେଇ ଠାକୁରାଣୀଙ୍କ ପୀଠ ରେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ଟାଙ୍ଗୀ ବ୍ଲକ ଶାଖା ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗୀ ବ୍ଲକ ଡ଼୍ରାଇଭର ସଂଘ ସଭାପତି କୌଶର ଖାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଶରତ ହରିଚନ୍ଦନ, ଜିଲ୍ଲା ସମ୍ପାଦକ ବାବୁଲି ତ୍ରିପାଠୀ, ଉପଦେଷ୍ଟା ରଜତ ସାହୁ, କୋଷାଧ୍ୟକ୍ଷ ରାହୁଲ ମହାନ୍ତି, ଟାଙ୍ଗୀ ବ୍ଲକ ସଂଘ ଉପସଭାପତି ଏସ କେ ଶକୁନ, ବ୍ଲକ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପରିମାଣିକ, ବ୍ଲକ ସମ୍ପାଦକ ଭାସ୍କର ମହାପାତ୍ର, ସହ କୋଷାଧ୍ୟକ୍ଷ ଅକ୍ଷୟ ସିଂ ସାମନ୍ତ ଓ ସହ ସମ୍ପାଦକ ରସାନନ୍ଦ ମୁଦୁଲି ପ୍ରମୁଖ ଯୋଗଦେଇ ଡ଼୍ରାଇଭର ଭାଇମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା କରିଥିଲେ। ଶେଷରେ ଏନ୍ ଏଚ୍ ହିରୋ ଅକ୍ଷୟ ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ।
ଓଡ଼ିଶା ଡ୍ରାଇଭର ମହାସଂଘ ଟାଙ୍ଗୀ ବ୍ଲକ ଶାଖା ର ବାର୍ଷିକ ଉତ୍ସବ ଅନୁଷ୍ଠିତ
