ଆସନ୍ତାକାଲି ମା ଉଗ୍ରତାରା ପୀଠର ଉନ୍ନତିକରଣର ଭିତ୍ତି ପ୍ରସ୍ତର କରିବେ ମୁଖ୍ୟମନ୍ତ୍ରୀ

ନିରାକାରପୁର, ୧୦/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମୁଲିଝରଗଡ ସ୍ଥିତ ମା ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ ପାଇଁ ୫ ଟି ପକ୍ଷରୁ ଘୋଷଣା କରାଯାଇଥିଲା। ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ତ୍ତ ବିଭାଗ ତରଫରୁ ଓବିସିସି ଦ୍ଵାରା ୨୪ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପୀଠ ପ୍ରାଙ୍ଗଣର ସୌନ୍ଦର୍ଯ୍ୟକରଣ, ଦୋକାନ ଗୃହ, ସେବାୟତ ଭବନ , ସୂଚନା କେନ୍ଦ୍ର ନିର୍ମାଣ ଓ ଆନୁଷଙ୍ଗିକ ବିକାଶ, ତୀର୍ଥଯାତ୍ରୀ ନିବାସ ତଥା ସେବା କେନ୍ଦ୍ର ଓ ଭୋଗ ମଣ୍ଡପ ନିର୍ମାଣ, ମନ୍ଦିର ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ, ଶୌଚାଳୟ ଓ ପାର୍କିଂ ସ୍ଥକର ବିକାଶ, ଶିଶୁ ଉଦ୍ୟାନ ନିର୍ମାଣ , ନୂତନ ପ୍ରବେଶ ତୋରଣ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି। ଏହି କାର୍ଯ୍ୟର ସମାପ୍ତ ସୀମା ୨୦୨୫ ସୁଦ୍ଧା ରହିଛି। ଏହି କାର୍ଯ୍ୟର ଭିତ୍ତପ୍ରସ୍ତର କାର୍ଯ୍ୟକ୍ରମ  ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ଦିନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ଯ୍ୟ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ ଶୁଭାରମ୍ଭ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିଧାୟକ ଜ୍ୟୋତିନ୍ଦ୍ରାନଥ ମିତ୍ରଙ୍କ ସମେତ ବହୁ ପଦାଧିକାରୀଗଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *