ବିଶିଷ୍ଟ ସମାଜସେବୀ ବାବାଜୀ ମହାରାଜ ଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ପାଟକୁରା,୧୪/୦୩/୨୦୨୫(ଓଡିଶା ସମାଚାର)-ଗରଦପୁର ବ୍ଳକ ଅଧୀନ ପଦ୍ମପୁର ଗ୍ରାମପଂଚାୟତ ମହାମୁଦା (ଭାଟପଡା) ଗ୍ରାମର ବିଶିଷ୍ଟ ସମାଜ ସେବୀ ବାବାଜୀ ମହାରାଜଙ୍କ ଆଜି ଏକାଦଶାହ ତିଥିରେ ତାଙ୍କ ପୁତ୍ର ତଥା ଗରଦପୁର ବ୍ଳକ ଚେୟାରମ୍ୟାନ ଅଭୟ ମହାରାଜଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗ ଦେଇ ବାବାଜୀ ମହାରାଜଙ୍କୁ ଜଣେ ଆଦର୍ଶ ସମାଜ ସେବୀ ବୋଲି କହି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ ।

ବାବାଜୀ ମଉସା ତାଙ୍କ ଜୀବନକାଳ ମଧ୍ୟରେ ସ୍ବର୍ଗତ ବିଜୁପଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ରାଜନେତା ଥିଲେ ବୋଲି କହିଥିଲେ । ପୂର୍ବତନ ମନ୍ତ୍ରୀ ତଥା ପାଟକୁରାର ପୂର୍ବତନ ବିଧାୟକ ବିଜୟ ମହାପାତ୍ରଙ୍କ ଏକାନ୍ତ ଅନୁଗତ ବୋଲି ବିଧାୟକ ଅରବିନ୍ଦ ମହାପାତ୍ର କହିଥିଲେ । ବେଡାରୀ ଓ ପଦ୍ମପୁର ଗ୍ରାମପଞ୍ଚାୟତରେ ତାଙ୍କର ଭୂମିକା ଥିଲା । ସେ ସରଳ ଭଦ୍ର ଓ ଅମାୟିକ ବ୍ୟକ୍ତି ଥିଲେ । ତାଙ୍କ ଦେହାନ୍ତରେ ସେ ଜଣେ ମୁରବିକୁ ହରାଇଲେ ବୋଲି କହିଥିଲେ ।


ସେହିପରି ଅବସରପ୍ରାପ୍ତ ପ୍ରଶାସକ ତଥା ସମାଜ ସେବୀ ଶାନ୍ତନୁ ନାୟକ ଶ୍ରଦ୍ଧାଶୁମନ ଅର୍ପଣକରି ବାବାଜୀ ମହାରାଜଙ୍କୁ ଜଣେ ଆଦର୍ଶବାଦୀ ମଣିଷ ବୋଲି କହିଥିଲେ । ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ସମାଜସେବୀ ଅଜୟ ରାଉତ ଶ୍ରଦ୍ଧାଶୁମନ ଅର୍ପଣ କରି ବାବାଜୀ ମହାରାଜଙ୍କୁ ଜଣେ ଭଲ ମଣିଷ ବୋଲି କହିଥିଲେ । ବିଜେଡି ର ପୂର୍ବତନ ରାଜ୍ୟ ସମ୍ପାଦକ ରବି ସାମଲ ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ । ଅଧ୍ୟାପକ ରମାକାନ୍ତ ପାଣି ଶ୍ରଦ୍ଧାଶୁମନ ଅର୍ପଣକରି ବାବାଜୀ ମଉସା ଜଣେ ଭଲମୁରବି ଥିଲେ ବୋଲି କହିଥିଲେ । ସେହିପରି ବିଜେଡି ନେତା ଗଙ୍ଗାଧର ପରିଡା ଶ୍ରଦ୍ଧା ସୁମନ ଅର୍ପଣକରିଥିଲେ ।

ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ଶ୍ରଦ୍ଧାଶୁମନ ଅର୍ପଣ କରି ବାବାଜୀ ମହାରାଜ ଙ୍କୁ ଜଣେ ଭଲ ମଣିଷ ବୋଲି କହିଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ଲିଳିତା ଦାଶ,ବିଜେଡି ଯୁବ ନେତା କ୍ଷିତୀଶ ଦାଶ,ମାର୍ଶାଘାଇ ବ୍ଳକର ପୂର୍ବତନ ଚେୟାରମ୍ୟାନ ନବଘନ ନାୟକ,ଜିଲ୍ଲାପରିଷଦ ସଭ୍ୟା ଡଲି ଶତପଥୀ, ଭାଜପା ନେତା ଚିତ୍ତ ରଞ୍ଜନ ଚୌଧୁରୀ, ବିଜୟ ନାୟକ, ସରପଂଚ ଅନୁସୟା ବେହେରା, ଶିକ୍ଷାବିତ୍ ନିମାଇଁଚରଣ ବେହେରା,ପୂର୍ବତନ ବିଜେଡି ବ୍ଳକ ସଭାପତି ତଥା ପୂର୍ବତନ ସରପଞ୍ଚ ବିପିନ ବିହାରୀ ସାମଲ, ସମାଜସେବୀ ନରୋତମ ପରିଡା, ବିଜେଡି ଯୁବନେତା ରାକେଶ ମହାପାତ୍ର ଶ୍ରଦ୍ଧା ସୁମନ ଅର୍ପଣକରିଥିଲେ ।

ସେହିପରି ପୂର୍ବତନ ବ୍ଳକ ଚେୟାରମ୍ୟାନ ବାସୁଦେବ ବେହେରା, ଦିଲ୍ଲୀପ ସାହୁ, ପୂର୍ବତନ ବ୍ଳକ ବିଜେଡି ସଭାପତି ଶୈଳେନ୍ଦ୍ର ମହାନ୍ତିର୍ପୂର୍ବତନ ସରପଂଚ ଅଶୋକ ଜେନା, ସରପଂଚ ପ୍ରଭାତ ନଳିନୀ ଜେନା, ସମାଜସେବୀ ଗଙ୍ଗାଧର ମିଶ୍ର, ସମାଜ ସେବୀ ପ୍ରତାପ ସ୍ୱାଇଁ, ସରପଞ୍ଚ ସନ୍ତୋଷ ମହାଳି, ଶିକ୍ଷବିତ୍ ତଥା ପରିବେଶବିତ ଦ୍ୱାରିକା ନାଥ ସେନାପତି, ସମିତି ସଭ୍ୟ ବ୍ରଜ କିଶୋର ସାହୁ ଶ୍ରଦ୍ଧା ସୁମନ ଅର୍ପଣକରିଥିଲେ ।

ବିଜେଡି ନେତା ହେମନ୍ତ ସେଠୀ,ସରପଞ୍ଚ ଅଭୟ ମଲ, ସରପଞ୍ଚ ସଂଯୁକ୍ତା ମହାପାତ୍ର,ଅମୁଲ୍ୟ ଦାଶ, ଜୀବନାନନ୍ଦ ଚୌଧୁରୀ, ଅଭୟ ରାଉତ, ଭଜହରି ସେନାପତି, କିଶୋର ମହାରାଜ,ପଦ୍ମନାଭ ମହାରାଜ, ପୁତ୍ର ତଥା ଗରଦପୁର ବ୍ଳକ ଚେୟାରମ୍ୟାନ ଅଭୟ ମହାରାଜ ଓ ରୁଦ୍ରପ୍ରକାଶ ମହାରାଜ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏତଦ ବ୍ୟତୀତ ଗରଦପୁର ଓ ମାର୍ଶାଘାଇ ବ୍ଳକ ଅଂଚଳର ଅନେକ ଶୁଭେଛୁ ଓ ଶ୍ରଦ୍ଧାଳୁ ଅଭୟ ମହାରାଜଙ୍କ ବାସଭବନରେ ପହଂଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *