ଚିତ୍ରୋତ୍ପଳାନଦୀ ରେ ଜନାର୍ଦ୍ଦନପୁର ରୁ କୁଳିଆ ସେତୁ ର   ଶିଳାନ୍ୟାସ ଉତ୍ସବ 

ନିଶ୍ଚିନ୍ତକୋଇଲି, ୦୯/୦୩/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- କଟକ ସଦର ନିର୍ବାଚନ ମଣ୍ଡଳୀ ର ଜନାର୍ଦ୍ଦନପୁର ପଞ୍ଚାୟତ ଶନିଶ୍ଚରପୀଠ ଠାରୁ ଚିତ୍ରୋତପତଳା ନଦୀରେ ଏକ ସ୍ଥାୟୀ ସେତୁ ନିର୍ମାଣ ନିମନ୍ତେ  ଶନିବାରଏହାର ଶିଳାନ୍ୟାସ  ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନ ପୁର ଶନିଶ୍ଚର ପୀଠ ରେ ଆୟୋଜିତ ଶିଳାନ୍ୟାସ ସମାରୋହ ରେ ମୁଖ୍ୟ ଅତିଥି ପ୍ରାକ୍ତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ, କହିଥିଲେ ଯେ,ଏହି ସେତୁ ଏକ ସମ୍ପର୍କର ସେତୁ ହେବ । କଟକ ସଦର ସହିତ ମାହାଙ୍ଗା କୁ ଯୋଡିବାର ଏହା ଏକ ନିବିଡ଼ ପ୍ରୟାସ । ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରାକ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଲେ ଯେ ଏଠାରେ ସେତୁ ଓ ସାମ୍ପ୍ରସାରିତ ରାସ୍ତା ହେଵାଦ୍ୱରା ଏ ଅଞ୍ଚଳ ର ବକାଶ ତ୍ୱରାନ୍ୱିତ ହେବ । ଏହି ସେତୁ ର ଲମ୍ବ ୯00ମିଟର ହେଉଥିବା ବେଳେ, ଏଥିପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ୬୩  କୋଟି ହୋଇଥିବା ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ ।ଏହି ସେତୁ କଟକ ସଦର ର ଜନାର୍ଦ୍ଦନ ପୁର ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୋଲଣପୁର ପଞ୍ଚାୟତ ର କୁଳିଆ କୁ ସଂଯୋଗ କରିବ । ଏହି ସେତୁ ନିର୍ମାଣ ହେବାଦ୍ବାରା କଟକ ସଦର, ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ସହ ଯୋଗାଯୋଗ ସୁଗମ ହୋଇପାରବ । ଉତ୍ସବ ରେ ଜିଲ୍ଲା ପରିଷଦ ସଭ୍ୟ ବିଳାସ ଭୋଇ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, କଳମିଶ୍ରି ସରପଞ୍ଚ ଅନନ୍ତ କର, ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ ବେହେରା, ପ୍ରାକ୍ତନ ସରପଞ୍ଚ ପ୍ରଦୀପ୍ତ ଷଡ଼ଙ୍ଗୀ,ବିଜେଡି ନେତା ଅଚ୍ୟୁତାନନ୍ଦ ଦାସ, ବିଶ୍ୱଜିତ ପରିଡା ପ୍ରମୁଖ ଉଦବୋଧନ ଦେଇଥିଲେ । ଉତ୍ସବ ରେ ହିତାଧିକାରୀ ମାନଙ୍କୁ ଜମି ପଟ୍ଟା, ଭତ୍ତା ଆଦି ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *