ଚିତ୍ରରେ ଚିତ୍ରରେ ନାରୀ ସଫଳତାଗାଥା
ଭୁବନେଶ୍ୱର,୦୯/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ଲଲିତ କଳା ଏକାଡ଼େମୀ , ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଭୁବନେଶ୍ବର ପାନ୍ଥନିବାସ ଠାରେ ଉଦ୍ଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ।ଏହି ଅବସରରେ ଅଙ୍କିତ ଚିତ୍ରକଳାର ପ୍ରଦର୍ଶନୀକୁ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଚିତ୍ରଶିଳ୍ପୀ ବିନୋଦ ମହାରଣା,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନସଚିବ ମଧୁସୂଦନ ଦାସ,ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ା ପ୍ରମୁଖ ମୁଖ୍ୟଅତିଥି ରୂପେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍ଘାଟନ କରି ଓଡ଼ିଶାର ନାରୀଶିଳ୍ପୀମାନେ ଆମ ରାଜ୍ୟ ସହ ଦେଶବିଦେଶରେ ରାଜ୍ୟର ଟେକ ରଖିବା ଉଚିତ ବୋଲି ମତପ୍ରକାଶ କରିଥିଲେ। ପ୍ରାରମ୍ଭରେ ଏକାଡ଼େମୀର ସଚିବ ପଂଞ୍ଚାନନ୍ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଶିବିର ଆଭିମୂଖ୍ୟ ସମ୍ପର୍କରେ କହିଥିଲେ ।ଅଂଶଗ୍ରହଣକାରୀ ଶିଳ୍ପୀମାନେ କ୍ୟାନଭାସରେ ନାରୀ ମନସ୍ତତ୍ତ୍ୱକୁ ନେଇ ନିଜନିଜ ଢଙ୍ଗରେ ସୃଜନଶୀଳ ଚିତ୍ରଗୁଡ଼ିକ ଅଙ୍କନ କରିଥିଲେ । ଅଂଶଗ୍ରହଣକାରୀ ଶିଳ୍ପୀ ସ୍ମୃତି ପଟ୍ଟନାୟକ , ସୁଖଲତା ଦାସ , ବିଧିକା ଦାସ , ଶୁଚେତା ପ୍ରିୟବାଦୀନି ,ମୋନାଲିସା ବିଶ୍ଵାଳ , ସାହିସ୍ତା ନାଜ , ଶୁଭଲକ୍ଷ୍ମୀ ପତ୍ରୀ, ଶୁଭଶ୍ରୀ ଜୟସିଂ, ବନ୍ଦିତା ବିଶ୍ଵାଳ , ଶୁଭମ ଶୁଭଦର୍ଶନୀ ଦାସଆଦି ଶିଳ୍ପୀସାଂପ୍ରତିକ ଓଡ଼ିଶାର ପ୍ରଗତିରେ ନାରୀପ୍ରଗତିକୁ ପ୍ରାଧାନ୍ୟଦେଇ ସୃଜନଶୀଳ ଢଙ୍ଗରେ ନିଜନିଜ ଛବିଅଙ୍କନ କରିଥିଲେ । ସବିତା ସ୍ଵାଇଁ ,ଶେଫାଳି ମହାନ୍ତି ,ଅପର୍ଣ୍ଣା ମହାନ୍ତି ,ଝରଣା ମିଶ୍ର , ଦୀପଶିଖା ରଣା , ମଧୁସ୍ମିତା ଦାସ , ଜୁଇ ଦାସ ମହାପାତ୍ର , ଦୀପିକା ଦେ , ସ୍ନେହ ସାମନ୍ତରାୟ , ଅର୍ପିତା ମହାରଣା , ସ୍ଵାଗତିକା ମିଶ୍ର , ନମିତା ସାହୁ , ମଞ୍ଜୁ ଦାସ , ଦିପ୍ତିମୟୀ ପୃଷ୍ଟି ,ଦୀପାଞ୍ଜଳି , ପ୍ରମିତା ମଙ୍ଗରାଜ , ସୁଂଙ୍କି ଦଣ୍ଡସେନା , ସମାପ୍ତି ଦାସ , ପ୍ରିୟଙ୍କା ସେଠୀ , ପ୍ରତିଜ୍ଞା ମହାନ୍ତି , ରାଜସ୍ମିତା ଭୁୟାଁ , ନମିତା ସୋରେନ , ଲୀନା ମେହେର , ସୁପ୍ରଭା ନନ୍ଦ , ସାଧନା ମିଶ୍ର , ସୌଦାମିନୀ ରାଉତ , ୟାନୀତା ପ୍ରିୟଦର୍ଶନୀ , ଜସ୍ମିନ ମହାପାତ୍ର ଓ ସୁମିତ୍ରା ମହାରଣା ପ୍ରମୁଖ ଶିଳ୍ପୀମାନେ ନାରୀମନର ନିଛକ ଭାବକୁ କ୍ୟାନଭାସରେ ଚିତ୍ରଣ କରିଥିଲେ ।ପରିଶେଷରେ ଏକାଡେ଼ମୀର ପରାମର୍ଶଦାତା ଶ୍ୟାମସୁନ୍ଦର ମହାପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଦାନକରିଥିଲେ।ଏହି ଚିତ୍ରଗୁଡ଼ିକ ମଧ୍ୟ ଆଗାମୀ ଦିନରେ ଏକାଡେମୀର ଆଞ୍ଚଳିକ ଆର୍ଟଗ୍ୟାଲେରୀ ମାନଙ୍କରେପ୍ରଦର୍ଶିତ ହେବ ।