ଦୂର୍ଘଟଣାରେ ଆହତ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ବେହେରା ଙ୍କୁ ଭେଟିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ସମେତ ବହୁ ବ୍ୟକ୍ତିବିଶେଷ

ଭୁବନେଶ୍ୱର,୨୦/୦୧/୨୦୨୬ (ଓଡ଼ିଶା ସମାଚାର)-ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା କିଶନନଗରରୁ ରିପୋର୍ଟିଙ୍ଗ୍ ସାରି ଘରକୁ ଫେରୁଥିବା ସମୟରେ କଟକ ପାରାଦୀପ ରାସ୍ତାର ସୋମପୁର ଠାରେ ଭୟଙ୍କର ସଡ଼କ ଦୁର୍ଘଟଣାର ଶୀକାର ହୋଇ ସୈ।ଭାଗ୍ୟ ବଶତଃ ଆସନ୍ନ ବିପଦରୁ ବର୍ତ୍ତି ଯାଇଥିଲେ।

ଆହତ ସାମ୍ବାଦିକ ବିଷ୍ଣୁ ବେହେରା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରାଵିଲ ବାସଭବନରେ ରହିଥିବା ବେଳେ ଖଵର ପାଇ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବିଷ୍ଣୁପ୍ରିୟା ସେବା ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ, ସ୍ଥାନୀୟ ଧରିଣା ସରପଂଚ ରତ୍ନାକର ରାଉତ, ଫକିରପଡା ସମିତି ସଭ୍ୟ ସନ୍ତୋଷ କୁମାର ରାଉତ, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା,ସମାଜସେବୀ ସକିଲ ଅହେମଦ, ବିଶିଷ୍ଟ ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଆହତ ସାମ୍ବାଦିକଙ୍କୁ ବାସଭବନରେ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ‘ଓଡିଶା ସମାଚାର’ ଏଡ଼ିଟର ବରିଷ୍ଠ ସାମ୍ବାଦିକ ଡ଼ଃ ଦିପ୍ତିରଞ୍ଜନ କାନୁନଗୋ ଶ୍ରୀ ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଟେଲିଫୋନ ଯୋଗେ ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *