ଭୁବନେଶ୍ୱର,୧୨/୦୬/୨୦୨୫ (ଓଡ଼ିଶା ସମାଚାର)-ବନ୍ଧୁକ ମୁନରେ ଦୁଇଟି ବ୍ୟାଙ୍କରୁ ଲୁଟ୍ ହୋଇଥିବା ଖବର ମିଳିଛି ।ବନ୍ଧୁକ ମୁନରେ ବ୍ୟାଙ୍କ୍ରେ ଗୁରୁବାର ସଶସ୍ତ୍ର ଡକାୟତି ହୋଇଛି ।
ତିହିଡି ବଜାର ସ୍ଥିତ ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ରୁ ଏହି ଲୁଟ୍ ହୋଇଛି । ବ୍ୟାଙ୍କ ମ୍ୟାନେଜର୍ଙ୍କ ମୁଣ୍ଡରେ ବନ୍ଧୁକ ରଖି ଡକାୟତି ହୋଇଛି । ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ ପରେ ଫେରାର୍ ହୋଇଯାଇଛନ୍ତି । ପ୍ରାୟ ୭ ଲକ୍ଷ ୫୫ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ତିହିଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରି ୧୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟିନେଇଛନ୍ତି। ଘଟଣାସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ଛାନ୍ ଭିନ୍ ଚଳାଇଛି।