ଶଙ୍ଖପୁର ଠାରେ ବିଶିଷ୍ଟ ଅଭିନେତା ଶ୍ୟାମାନୁଜ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକ ପାଳିତ 

ମାହାଙ୍ଗା, ୨୩/୧୧/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- ଓଡ଼ିଶାର ଜଣେ ସୁବିଖ୍ୟାତ କଳାକାର ତଥା ସଂସ୍କୃତିପ୍ରେମୀ ପୁରୁଷ ସ୍ବର୍ଗତ ଶ୍ୟାମାନୁଜ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ତା’ଙ୍କ ଜନ୍ମମାଟି ଶଙ୍ଖପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମହାନ୍ତି ଏକଦା ଦୂରଦର୍ଶନ, ଆକାଶଵାଣୀ,ଅନ୍ନପୂର୍ଣ୍ଣ। ରଙ୍ଗମଞ୍ଚ ଠାରୁ ଆରମ୍ଭ କରି,ବିଭିନ୍ନ ଯାତ୍ରା ନାଟକ ଏବଂ ଧାରାବାହିକରେ ସଫଳ ଅଭିନୟ ପ୍ରଦର୍ଶନ କରି ବେଶ ସୁଖ୍ୟାତି ଅର୍ଜ୍ଜନ କରିପାରିଥିଲେ । ସରକାରୀ ଚାକିରୀରେ ନିଯୁକ୍ତି ପାଇ ନିଜ ଦାୟୀତ୍ୱ ସମ୍ପାଦନ ପୂର୍ବକ କଳାର ପୂଜାରୀ ଶ୍ୟାମାନୁଜ ଅଭିନୟକୁ ଛାଡିପାରି ନଥିଲେ । ବେତାର ନାଟକ ଓ ଦୂରଦର୍ଶନ ଠାରୁ ମୁକ୍ତମଞ୍ଚ ନାଟକରେ ଏବଂ ବହୁ ଧାରାବାହିକରେ ତାଙ୍କର ନିଖୁଣ ଅଭିନୟ ବେଶ ଜନାଦୃତ ହୋଇପାରୁଥିଲା । ବିଶିଷ୍ଟ ଭାଗବତ ଚର୍ଚ୍ଚାକାର ତଥା ଆଧ୍ୟାତ୍ମିକ ପୁରୁଷ ବିଷ୍ଣୁ ଚରଣ ମହାନ୍ତିଙ୍କ ସୁପୁତ୍ର ଶ୍ୟାମାନୁଜ କଳା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ।  ଆଜି ତା’ଙ୍କ ଶ୍ରାଦ୍ଧ ବାର୍ଷିକି ଉତ୍ସବରେ ବହୁ ସାହିତ୍ୟିକ, ସାମ୍ବାଦିକ, କଳାକାର, ବୁଦ୍ଧିଜୀବୀ ଯୋଗଦେଇ ତାଙ୍କର ସାରସ୍ୱତ ଜୀବନର ବିଭିନ୍ନ ମହନୀୟ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାହିତ୍ୟିକ ଅଖିଳେଶ ମହାନ୍ତି,ଜିତେନ୍ଦ୍ର ମହାନ୍ତି,ଦୀପ୍ତି ରଞ୍ଜନ ମହାପାତ୍ର,ନାରାୟଣ ମହାନ୍ତି,ରବୀନ୍ଦ୍ର ପୃଷ୍ଟି,ସମ୍ବିତ ମହାନ୍ତି,ସାରିକା ମହାନ୍ତି,ଅଜୟ ମୁଖି, କସ୍ତୁରୀ ମହାନ୍ତି, ଆଦର୍ଶ ମହାନ୍ତି, ଆୟୁଷ ମହାନ୍ତି,ଶୁଚିସ୍ମିତା ପୃଷ୍ଟି,ଯୋଗେନ୍ଦ୍ର ମହାନ୍ତି,କିଶୋର ସାହୁ,ସଂଜୀବ ମହାନ୍ତି,ନିହାରିକା ମହାନ୍ତି ପ୍ରମୁଖ ସ୍ବର୍ଗତ ମହାନ୍ତିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *