ଖୋର୍ଦ୍ଧା,୦୫/୦୩/୨୦୨୪ (ଓଡ଼ିଶା ସମାଚାର)- ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଡାକ୍ତର ଖାନା ରେ କେରଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ମବୁରୁର ହୋସେନ୍ ଓ କେରଙ୍ଗ ଅହେମଦୀୟା ଯୁବକ ସଂଘ ର ସଭାପତି ମହିଉଦ୍ଦିନ ଖନ୍ ତରଫରୁ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି ।ପ୍ରଥମେ ସରପଞ୍ଚ ଓ ଯୁବକ ସଂଘ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ତଳେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରାୟ ୧୦୦ ଜଣ ଙ୍କୁ ଫଳ ବଣ୍ଟନ କରିଥିଲେ। ଏହା ପରେ ଗୁରୁଜଙ୍ଗ ଠାରେ ଥିବା ବୃଦ୍ଧାଶ୍ରମ ଠାରେ ପ୍ରାୟ ୩୦ ଜଣ ଙ୍କୁ ଫଳ ବଣ୍ଟନ କରାଯିବା ସହିତ ପରେ ଗୁରୁଜଙ୍ଗ ଠାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ରେ ଥିବା ପିଲା ମାନଙ୍କୁ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା। ଏହି ପରି ସାମାଜିକ କାର୍ୟ୍ୟ କୁ ସବୁମହଲ ରେ ପ୍ରଶଂସା କରାଯାଇ ଥିଲା।ଏହି କାର୍ୟ୍ୟକ୍ରମ ରେ ଗ୍ରାମ ର ବରିଷ୍ଠ ୱାର୍ଡ ସଭ୍ୟ ଅଲ୍ଲିଉଦ୍ଦିନ ଖାଁ ,ସମାଜ ସେବୀ ଓର୍ସାଦ୍ ଖାଁ,ରହିମ ତୁଲା ଖାଁ,ବରୁଣ ଅହମଦ,ସିପୁନ, ସର୍ମଦ ଖାଁ,ସେକ୍ ମୁନିର୍ , ଜଳିଶ୍ ଅହମଦ, କାଶିଫ ଲତିଫ, ରୌଶନ ଖାଁ ଓ ଅନେକ ଯୁବକ ସହଯୋଗ କରିଥିଲେ।
ବିଜୁବାବୁ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କେରଙ୍ଗ ଗ୍ରାମ ପକ୍ଷରୁ ଫଳ ବଣ୍ଟନ
