ଖୋର୍ଦ୍ଧା,୦୫/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ପୌର ପରିଷଦ ଅଧିନ ରେ ଥିବା ପଲ୍ଲା ହାଟ ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟ ରେ”ଘର ହିଁ ବିଦ୍ୟାଳୟ”ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବିମଳ ଚନ୍ଦ୍ର ରାଉତରାୟ ସ୍ଵାଗତ ଭାଷଣ ଦେଇଥିଲା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁଳସୀପୁର ର ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତର ଶିକ୍ଷା ମନୋବିଜ୍ଞାନ ଓ ଶିଶୁ ଗଠନରେ ମାଆ ର ଭୂମିକା ସମ୍ୱନ୍ଧ ରେ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନାମ ଲେଖାଇଥିବା ଶିଶୁ ଓ ତାଙ୍କର ପିତାମାତା ଯୋଗ ଦେଇଥିଲା ବେଳେ ୨୫ରୁ ଉର୍ଦ୍ଧ୍ବ ପିତା ମାତା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ଆଚାର୍ଯ୍ୟା ରଶ୍ମିତା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସେହିପରି ଶିଶୁ ବାଟିକା ପ୍ରମୁଖ ସଂଘମିତ୍ରା ନନ୍ଦ ଙ୍କର ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ବେଳେ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଖଗେଶ୍ୱର ପାଲଟାସିଂହ ମୁଖ୍ୟ ବକ୍ତା ଙ୍କୁ ସମ୍ବର୍ଦ୍ଧନା ଜଣାଇ ବିଦ୍ୟାଳୟ ରେ ଶିଶୁ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁଜୀ ଗୁରୁମା ଶିକ୍ଷା ଦେଉଥିବାରୁ ପ୍ରଶଂସା କରିଥିଲେ। ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।