ଏକାଠି ହେଲେ ୨୦୦୭ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ

 ନିରାକାର ପୁର, ୦୩/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋରଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ର ୨୦୦୭ ମସିହା ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସ୍ଥାନୀୟ ତୋଟାଭଗବତୀଙ୍କ ପୀଠ ରେ ଆୟୋଜିତ ହୋଇଯାଇଛି । ସମର୍ପଣ ଭାବନାରଖି କର୍ମକ୍ଷେତ୍ରରେ କାର୍ଯ୍ୟକରିବା ସହିତ ସେବା ମନୋଭ।ବରଖି ବନ୍ଧୁର ଅସୁବିଧା ସମୟରେ ସମସ୍ତେ ଛିଡ଼ା ହେବାକୁ ଆହ୍ବାନ ଦିଆଯାଇଥିଲା। ଅନୁଭୂତି କଥନରେ ପିଲାଦିନର ସ୍ମୃତିକୁ ମନେପକାଇଥିଲେ ଛାତ୍ରଛାତ୍ରୀମାନେ । ଛାତ୍ରଛାତ୍ରୀମାନେ ଏକାଠି ହୋଇ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବେଶ ଊତ୍ସାହିତ ଥିବାର ଜଣାପଡୁଥିଲା ।ପ୍ରତ୍ୟେକ ବର୍ଷ ଏହିପରି କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଶେଷରେ ଛାତ୍ରଛାତ୍ରୀ ମାନେ ନୈଷ୍ୟ ଭୋଜିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ମାନସ ରଞ୍ଜନ ପଟ୍ଟନାୟକ, ବିଜୟ ମାଝୀ,ବିଜୟ ରଣବୀର,ଅନିଲ ସେନାପତି,ଯଜ୍ଞଦତ୍ତ ସାହୁ,ସୁବାସ ସେନାପତି,ପ୍ରିୟା ପ୍ରିୟଦର୍ଶିନୀ ପ୍ରଧାନ ଓ ପ୍ରିୟଦର୍ଶିନୀ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *