ଭୁବନେଶ୍ୱର,୧୮/୦୬/୨୦୨୬(ଓଡ଼ିଶା ସମାଚାର)- ସ୍ଥାନୀୟ ଜୟଦେବ ଭବନଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରତିକାର ପକ୍ଷରୁ ଏକ ରାଜ୍ୟସ୍ତରୀୟ ଓଡିଶା ପ୍ରତିଭା ସମ୍ମାନ ଓ ୧୯ ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ବିଷୟ ଥିଲା ସାମ୍ବାଦିକତା ଏବଂ ନ୍ୟାୟ ।
ଏଥିରେ ଉଦଘାଟକ ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ଯୋଗଦେଇଥିବାବେଳେ ମୁଖ୍ୟଅତିଥି ଭାବେ ପୂବର୍ତନ ବିଧାୟକ, ବରିଷ୍ଠ ବିଜେପି ନେତା ପ୍ରିୟଦର୍ଶି ମିଶ୍ର, ସାମ୍ବାଦିକ ଡାକ୍ତର ମହେଶ୍ୱର, ରକେଶ ମହାନ୍ତି, ସୂର୍ଯ୍ୟପ୍ରକାଶ ମହାନ୍ତି, ସିନେମା ଅଭିନେତ୍ରୀ ଶୀତଲ ପାତ୍ର, ସାମ୍ବାଦିକ ସୁଧାଂଶୁ ମହାପାତ୍ର, କ୍ଷିରୋଦ ଚନ୍ଦ୍ର ପତି, ସୁନାମଧନ୍ୟ ଲେଖକ ଡଃ ପ୍ରଶାନ୍ତ ବିଶ୍ୱାଳ, ପାପଡାହାଣ୍ଡି ଉନ୍ନୟନ ଅଧ୍ୟକ୍ଷ ସୁଶାନ୍ତ େବେହରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ପ୍ରତିକାରର ପ୍ରତିଷ୍ଠାତା ଏବଂ ସମ୍ପାଦକ ଶ୍ରୀ ଶୁଭାଶିଷ ମିଶ୍ର ଅଧ୍ୟକ୍ଷତା କରିଥିଲେ ।
ସାମ୍ବାଦିକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ସରକାର ଉଚିତ୍ ପଦକ୍ଷପ ନେଲେ ଏବଂ ସେମାନଙ୍କୁ ସୁରକ୍ଷା, ସମ୍ମାନ, ସ୍ୱୀକୃତୀ କାର୍ଯ୍ୟର ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକାରିଙ୍କୁ ଉଚିତ୍ ଦଣ୍ଡବିଧାନ ଓ ନ୍ୟାୟ ପ୍ରଦାନ କରାଗଲେ ସେମାନେ ସମ୍ବାଦ ପରିବେଷଣ ଦିଗରେ ସଠିକ୍ ମାର୍ଗଦର୍ଶନ କରିହେବ । ସମ୍ବାଦପତ୍ରରେ ବର୍ତମାନ ଉପଯୋଗ କରାଯାଉଥିବା କୃତ୍ରିମ ବୁଦ୍ଧିମତା (ଏ.ଆଇ) ଦ୍ୱାରା ସମ୍ବାଦପତ୍ରର ସତ୍ୟ ଏବଂ ତଥ୍ୟ ଭିଭିକ ସମ୍ବାଦ ପରିବେଷଣ ଉପରେ ସନ୍ଦେହ ବଳୟ ସୃଷ୍ଟି ହେଉଛି ।
